ରାଜ୍ୟରେ ଆଜି ୧,୫୦୩ ପଜିଟିଭ ଚିହ୍ନଟ
ଭୁବନେଶ୍ୱର,୮/୨ : ରାଜ୍ୟରେ ଆଜି ୧,୫୦୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୮୭୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୬୩୦ ଜଣ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୩୨୯ ପଜିଟିଭ୍ ।
ଆଜି ଖୋର୍ଦ୍ଧାରୁ ସର୍ବାଧିକ ୩୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୫୧, ବାଲେଶ୍ୱର ୩୦, ବରଗଡ ୨୧, ଭଦ୍ରକ ୨୦, ବଲାଙ୍ଗିର ୩୩, ବୌଦ୍ଧ ୧୦, କଟକ ୮୩, ଦେବଗଡ ୨୫, ଢେଙ୍କାନାଳ ୪୨, ଗଜପତିରୁ ୩୭ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୨୬, ଜଗତସିଂହପୁର ୪୨, ଯାଜପୁର ୫୫, ଝାରସୁଗୁଡା ୧୭, କଳାହାଣ୍ଡି ୪୦, କନ୍ଧମାଳ ୧୭, କେନ୍ଦ୍ରାପଡା ୧୯, କେନ୍ଦୁଝରରେ ୩୬, କୋରାପୁଟ ୨, ମାଲକାନଗିରି ୮, ମୟୁରଭଞ୍ଜ ୧୦୮, ନବରଙ୍ଗପୁର ୧୯, ନୟାଗଡ ୫୩, ନୂଆପଡା ୨୫, ପୁରୀ ୫୪, ରାୟଗଡା ୩୧, ସମ୍ବଲପୁର ୨୬, ସୋନପୁର ୨୨, ସୁନ୍ଦରଗଡ ୧୫୭ ଷ୍ଟେଟପୁଲରୁ ୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୩,୬୨୧ ଆକ୍ରାନ୍ତ । ଆଜିର ସୁସ୍ଥତାକୁ ମିଶାଇ ରାଜ୍ୟରେ ଏଯାଏ ମୋଟ୍ ସୁସ୍ଥ ହେଲେଣି ୧୨ଲକ୍ଷ ୪୧ହଜାର ୫୯୭ ଆକ୍ରାନ୍ତ । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୬୯ ହଜାର ୮୧୧କୁ ବୃଦ୍ଧି ପାଇଥିବା ବେଳେ, ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୯ ହଜାର ୩୮୬ ରହିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।