banner
Breaking

କରୋନା ବାୟୁ ବାହିତ ରୋଗ, ମାସ୍କ ପିନ୍ଧନ୍ତୁ

0

ଭୁବନେଶ୍ୱର,୮।୨(ବ୍ୟୁରୋ): କରୋନା ସଂକ୍ରମଣ ଏବେ ବଢିବ କମିବ। ଏହା ଏକ ବାୟୁ ବାହିତ ରୋଗ, ତେଣୁ ମାସ୍କ ବ୍ୟବହାର ନିହାତି ଆବଶ୍ୟକ ବୋଲି କୋଭିଡ୍‌ ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି, ଆଗାମୀ ମାସେ ଭିତରେ ଆମ ରାଜ୍ୟ ଭଲ ସ୍ଥିତିରେ ପହଞ୍ଚିବା ଭଳି ଲାଗୁଛି । ଏବେ ରାଜ୍ୟରେ କୋଭିଡ ରୋଗୀଙ୍କ ହସ୍ପିଟାଲ ଲାଇଜେସନ ୮ରୁ ୯ ପ୍ରତିଶତକୁ ଖସି ଆସିଛି।
ଆହୁରି ମଧ୍ୟ କହିଛନ୍ତି ଯେ, ତୃତୀୟ ଲହର ବେଳେ ଆମ ରାଜ୍ୟରେ ୧୫ % ଶିଶୁ ସଂକ୍ରମିତ ହେବେ ବୋଲି ଆକଳନ କରାଯାଇଥିଲା । ହେଲେ କିଛି ଦିନ ପାଇଁ ଏହା ୧୦ ରୁ ୨୮ %କୁ ବୃଦ୍ଧି ପାଇଥିଲା। ତୃତୀୟ ଲହରରେ ଓଡ଼ିଶାରେ ଜଣେ ୧୨ ଦିନର ଶିଶୁର ବି ମୃତ୍ୟୁ ହୋଇଛି ।

Khansweb Solution Bhubaneswar

Leave A Reply

Your email address will not be published.