ଭୁବନେଶ୍ଵର,୨୯/୪(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଆଉ ୬ ଜଣ କରୋନା ପଜିଟିଭ ବାହାରିଛନ୍ତି। ସେମାନେ ସମସ୍ତେ ପଶ୍ଚିମବଙ୍ଗ ଲିଙ୍କ ବୋଲି ଜଣାପଡିଛି। ବୁଧବାର ଚିହ୍ନଟ ହୋଇଥିବା ନୂଆ ୩ ଆକ୍ରାନ୍ତଙ୍କର ପଶ୍ଚିମବଙ୍ଗ ଲିଙ୍କ୍ ରହିଛି। ଏହି ୩ ଜଣ ନିକଟରେ କଲକାତାରୁ ଫେରିଥିଲେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ୩ ଆକ୍ରାନ୍ତଙ୍କ ମଧ୍ୟରେ କେନ୍ଦୁଝର ପଞ୍ଚପଲ୍ଲୀ ଅଞ୍ଚଳର ୬୦ ବର୍ଷୀୟ ବୃଦ୍ଧ, ଝାରସୁଗୁଡ଼ା ଜିଲା ବ୍ରଜରାଜନଗରର ୧୮ ବର୍ଷୀୟା ଯୁବତୀ ଏବଂ ଦେବଗଡ଼ ଜିଲା ବାସୁଦେବପୁର ଅଞ୍ଚଳର ୩୪ ବର୍ଷୀୟ ଯୁବକ ରହିଛନ୍ତି। ସମସ୍ତ ଆକ୍ରାନ୍ତ କ୍ବାରେଣ୍ଟାଇନରେ ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସେହିପରି ବାଲେଶ୍ୱରରରେ ଚିହ୍ନଟ ହୋଇଥିବା ୩ଜଣ ଆକ୍ରାନ୍ତ ପୁରୁଷ ହୋଇଥିବା ବେଳେ ଏମାନଙ୍କ ବୟସ ଯଥାକ୍ରମେ ୬୩, ୬୧ ଓ ୪୪ ରହିଛି। ଏମାନେ ସମସ୍ତେ କୋଲକାତା ଫେରନ୍ତା ବୋଲି କୁହାଯାଇଛି। ୩ଜଣ ଆକ୍ରାନ୍ତଙ୍କ ନିକଟରେ କୌଣସି ଲକ୍ଷଣ ନ ଥିବା ବେଳେ ସେମାନେ କ୍ୱାରାଣ୍ଟାଇନ୍ରେ ରହିଥିଲେ। ଏହାକୁ ମିଶାଇ ବାଲେଶ୍ୱରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି। ରାଜ୍ୟରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୨୫ରେ ପହଞ୍ଚିଛି। ସେଥିମଧ୍ୟରୁ ୩୯ଜଣ ସୁସ୍ଥ ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିସାରିଛି।
Breaking
ଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍
