ଭୁବନେଶ୍ଵର,୨୯/୪(ଓଡ଼ିଆ ନ୍ୟୁଜ) : ୧୪ ଦିନର ନିରବତା ପରେ ପୁଣିଥରେ ଭୁବନେଶ୍ଵରକୁ ପଞ୍ଝା ବଢାଇଛି କରୋନା ଭାଇରସ । ଆଜି ସକାଳେ ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟରେ ଏହି ସୂଚନା ଦିଆଯାଇଛି । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ଟ୍ବିଟରରେ ଦିଆଯାଇଥିବା ସୂଚନା ଅନୁସାରେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣଙ୍କ ଭୁବନେଶ୍ଵରର ମଧୁସୂଦନ ନଗର ଅଞ୍ଚଳର ୭୭ ବର୍ଷିଅ ବୃଦ୍ଧ ଅଟନ୍ତି । ସେ ରାଜ୍ୟର ୪୧ ନମ୍ବର କରୋନା ଆକ୍ରାନ୍ତଙ୍କ ସଂପର୍କୀୟ । ଏଥି ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୯ରେ ପହଞ୍ଚିଛି । ଭୁବନେଶ୍ଵରରୁ ଆଜି ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଖୋର୍ଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୭କୁ ବୃଦ୍ଧି ପାଇଛି । ଅନ୍ୟପଟେ ରାଜ୍ୟରେ ୩୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮୦ ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ଜଣଙ୍କର ମୃତ୍ୟୁ ଘଟିଛି।

Breaking
ଚଳିତ ପାର୍ବଣ ଋତୁରେ ଉପହାର ଦିଅନ୍ତୁ ଶୁଦ୍ଧତା ଏବଂ ସ୍ୱାସ୍ଥ୍ୟର ଏକ ପରମ୍ପରା ‘ହାତୀ ବ୍ରାଣ୍ଡ କାଚି ଘାନି ସୋରିଷ ତେଲ’ଓଡ଼ିଶାରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନଫାଇନାଲରେ ମହିଳା କ୍ରିକେଟ ଦଳ, ଭାରତର ବଢିଲା ପଦକ ସଂଖ୍ୟାଭୁବନେଶ୍ୱରରେ ଏକ୍ସକ୍ଲୁସିଭ ମେନ୍ସୱେର ବ୍ରାଣ୍ଡ ସକ୍ସେସର ଭାରତର ସର୍ବବୃହତ ଆଉଟଲେଟ ଉଦ୍ଘାଟିତମୋବିଲ୍ ୧ଟିଏମ ରେଡ ବୁଲ କେଟିଏମ ଫ୍ୟାକ୍ଟୋରି ରେସିଂ ଟିମକୁ ସହଯୋଗ କରି ପ୍ରଥମ ମୋଟୋ ଜିପି ଟିଏମ ଭାରତର ଶୁଭାରମ୍ଭ କରିଛି