banner
Breaking

ଆଜି ୬ ପଜିଟିଭ ପଶ୍ଚିମବଙ୍ଗ ଲିଙ୍କ। ୧୨୫ କୁ ବୃଦ୍ଧି

ତିନି ନୂଆ ଜିଲ୍ଲାକୁ ଡେଇଁଲା କରୋନା।

0

ଭୁବନେଶ୍ଵର,୨୯/୪(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଆଉ ୬ ଜଣ କରୋନା ପଜିଟିଭ ବାହାରିଛନ୍ତି। ସେମାନେ ସମସ୍ତେ ପଶ୍ଚିମବଙ୍ଗ ଲିଙ୍କ ବୋଲି ଜଣାପଡିଛି। ବୁଧବାର ଚିହ୍ନଟ ହୋଇଥିବା ନୂଆ ୩ ଆକ୍ରାନ୍ତଙ୍କର ପଶ୍ଚିମବଙ୍ଗ ଲିଙ୍କ୍‌ ରହିଛି। ଏହି ୩ ଜଣ ନିକଟରେ କଲକାତାରୁ ଫେରିଥିଲେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ୩ ଆକ୍ରାନ୍ତଙ୍କ ମଧ୍ୟରେ କେନ୍ଦୁଝର ପଞ୍ଚପଲ୍ଲୀ ଅଞ୍ଚଳର ୬୦ ବର୍ଷୀୟ ବୃଦ୍ଧ, ଝାରସୁଗୁଡ଼ା ଜିଲା ବ୍ରଜରାଜନଗରର ୧୮ ବର୍ଷୀୟା ଯୁବତୀ ଏବଂ ଦେବଗଡ଼ ଜିଲା ବାସୁଦେବପୁର ଅଞ୍ଚଳର ୩୪ ବର୍ଷୀୟ ଯୁବକ ରହିଛନ୍ତି। ସମସ୍ତ ଆକ୍ରାନ୍ତ କ୍ବାରେଣ୍ଟାଇନରେ ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସେହିପରି ବାଲେଶ୍ୱରରରେ ଚିହ୍ନଟ ହୋଇଥିବା ୩ଜଣ ଆକ୍ରାନ୍ତ ପୁରୁଷ ହୋଇଥିବା ବେଳେ ଏମାନଙ୍କ ବୟସ ଯଥାକ୍ରମେ ୬୩, ୬୧ ଓ ୪୪ ରହିଛି। ଏମାନେ ସମସ୍ତେ କୋଲକାତା ଫେରନ୍ତା ବୋଲି କୁହାଯାଇଛି। ୩ଜଣ ଆକ୍ରାନ୍ତଙ୍କ ନିକଟରେ କୌଣସି ଲକ୍ଷଣ ନ ଥିବା ବେଳେ ସେମାନେ କ୍ୱାରାଣ୍ଟାଇନ୍‌ରେ ରହିଥିଲେ। ଏହାକୁ ମିଶାଇ ବାଲେଶ୍ୱରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି। ରାଜ୍ୟରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୨୫ରେ ପହଞ୍ଚିଛି। ସେଥିମଧ୍ୟରୁ ୩୯ଜଣ ସୁସ୍ଥ ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିସାରିଛି।

Khansweb Solution Bhubaneswar

Leave A Reply

Your email address will not be published.