ଭୁବନେଶ୍ଵର,୭।୬(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୭୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୮୫୬ରେ ପହଞ୍ଚିଛି । ସେହିପରି କରୋନାରେ ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏହି ମୃତକଙ୍କୁ ମିଶାଇ ମୋଟ ମୃତକଙ୍କ ସଂଖ୍ୟା ୯ରେ ପହଞ୍ଚିଛି ।
ଆଜି ଚିହ୍ନଟ ୭୫ ଜଣ ରାଜ୍ୟର ୧୬ ଜିଲାରୁ ହୋଇଥିବା ଜଣାପଡ଼ିଛି । ଏମାନଙ୍କ ମଧ୍ୟରେ ସର୍ବାଧିକ ଖୋର୍ଧା ଓ ସୁନ୍ଦରଗଡ଼ ଜିଲାର ହୋଇଥିବା ସୂଚନା ମିଳିଛି । ଏହି ଦୁଇ ଜିଲାରୁ ୧୮ ଜଣ ଲେଖାଏଁ ସଂକ୍ରମିତ ଠାବ ହୋଇଥିବାବେଳେ ଯାଜପୁରରୁ ୭, କଟକ ଓ ବଲାଙ୍ଗିରରୁ ୫ ଜଣ ଲେଖାଏଁ, ନୟାଗଡ଼ରୁ ୪, ସୋନପୁର ଓ କେନ୍ଦ୍ରାପଡ଼ାରୁ ୩ ଜଣ ଲେଖାଏଁ, ଅନୁଗୋଳ, ଢ଼େଙ୍କାନାଳ, କୋରାପୁଟ, ଜଗତସିଂହପୁରରୁ ୨ ଜଣ ଲେଖାଏଁ ଅଛନ୍ତି । ନୂଆପଡ଼ା, ପୁରୀ, ଗଞ୍ଜାମ ଓ କେନ୍ଦୁଝରରୁ ଜଣେ ଲେଖାଏ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂତନ ସଂକ୍ରମିତଙ୍କ ମଧ୍ୟରୁ ୭୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୩ ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ।
ରାଜ୍ୟରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଗଞ୍ଜାମ ଜିଲାର । ତାଙ୍କର ବୟସ ୫୫ ବର୍ଷ । ସଂକ୍ରମିତ ଜଣାପଡ଼ିବା ପରେ ତାଙ୍କୁ କୋବିଦ ଡ଼ାକ୍ତରଖାନାରେ ଚିକିତ୍ସା କରାଯାଉଥିଲା । ତେବେ ସେ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ ବୋଲି ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡ଼ିଛି ।
Breaking
ଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକଭୁବନେଶ୍ୱର ଉତ୍ତର ପୂଜା ଭସାଣୀ ସମିତି ପ୍ରସ୍ତୁତି ବୈଠକ୧୨ ନଂ ୱାର୍ଡରେ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା କର୍ପୋରେଟର ଜୟନ୍ତୀ ସାହୁଙ୍କ ନିଆରା ଢଙ୍ଗରେ ପୁଜାଭେଟିଭୁବନେଶ୍ୱରରେ ହେବ ବଡ଼ ଡାଣ୍ଡିଆ ଉତ୍ସବ — ଜଶ୍ନେ ଡାଣ୍ଡିଆ
