banner
Breaking

ରାଜ୍ୟରେ ପୁଣି ୭୫ ପଜିଟିଭ ଚିହ୍ନଟ। ଆକ୍ରାନ୍ତଙ୍କ ସ°ଖ୍ୟା ୨୮୫୬ କୁ ବୃଦ୍ଧି।

ମୃତ୍ୟୁ ସ°ଖ୍ୟା ୯ କୁ ବୃଦ୍ଧି।

0

ଭୁବନେଶ୍ଵର,୭।୬(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୭୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୮୫୬ରେ ପହଞ୍ଚିଛି । ସେହିପରି କରୋନାରେ ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏହି ମୃତକଙ୍କୁ ମିଶାଇ ମୋଟ ମୃତକଙ୍କ ସଂଖ୍ୟା ୯ରେ ପହଞ୍ଚିଛି ।
ଆଜି ଚିହ୍ନଟ ୭୫ ଜଣ ରାଜ୍ୟର ୧୬ ଜିଲାରୁ ହୋଇଥିବା ଜଣାପଡ଼ିଛି । ଏମାନଙ୍କ ମଧ୍ୟରେ ସର୍ବାଧିକ ଖୋର୍ଧା ଓ ସୁନ୍ଦରଗଡ଼ ଜିଲାର ହୋଇଥିବା ସୂଚନା ମିଳିଛି । ଏହି ଦୁଇ ଜିଲାରୁ ୧୮ ଜଣ ଲେଖାଏଁ ସଂକ୍ରମିତ ଠାବ ହୋଇଥିବାବେଳେ  ଯାଜପୁରରୁ  ୭, କଟକ ଓ ବଲାଙ୍ଗିରରୁ ୫ ଜଣ ଲେଖାଏଁ, ନୟାଗଡ଼ରୁ ୪, ସୋନପୁର ଓ କେନ୍ଦ୍ରାପଡ଼ାରୁ ୩ ଜଣ ଲେଖାଏଁ, ଅନୁଗୋଳ, ଢ଼େଙ୍କାନାଳ, କୋରାପୁଟ, ଜଗତସିଂହପୁରରୁ ୨ ଜଣ ଲେଖାଏଁ ଅଛନ୍ତି । ନୂଆପଡ଼ା, ପୁରୀ, ଗଞ୍ଜାମ ଓ କେନ୍ଦୁଝରରୁ ଜଣେ ଲେଖାଏ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂତନ ସଂକ୍ରମିତଙ୍କ ମଧ୍ୟରୁ ୭୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୩ ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ।
ରାଜ୍ୟରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଗଞ୍ଜାମ ଜିଲାର । ତାଙ୍କର ବୟସ ୫୫ ବର୍ଷ । ସଂକ୍ରମିତ ଜଣାପଡ଼ିବା ପରେ ତାଙ୍କୁ କୋବିଦ ଡ଼ାକ୍ତରଖାନାରେ ଚିକିତ୍ସା କରାଯାଉଥିଲା । ତେବେ ସେ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ ବୋଲି ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡ଼ିଛି ।

Khansweb Solution Bhubaneswar

Leave A Reply

Your email address will not be published.