banner
Breaking

ରାଜ୍ୟ ପାଇଁ ଖୁସି ଖବର। ଗୋଟିଏ ଦିନରେ ସର୍ବାଧିକ ୧୭୮ ସୁସ୍ଥ।

0

ଭୁବନେଶ୍ୱର,୭।୬(ଓଡ଼ିଆ ନ୍ୟୁଜ): ରାଜ୍ୟ ପାଇଁ ଖୁସି ଖବର।ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୧୭୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୧,୮୯୪ରେ ପହଞ୍ଚିଛି। ସୁସ୍ଥ ବ୍ୟକ୍ତିମାନଙ୍କ ମଧ୍ୟରେ ଖୋର୍ଦ୍ଧାର ୩୯, ଗଜପତିର ୨୩, ନୂଆପଡ଼ାର ୨୨, ଭଦ୍ରକର ୧୭, ନୟାଗଡ଼ର ୧୫, ଗଞ୍ଜାମର ୧୪, କେନ୍ଦ୍ରାପଡ଼ାର ୧୦, ଢ଼େଙ୍କାନାଳର ୯, ସୁନ୍ଦରଗଡ଼ର ୬, ବାଲେଶ୍ୱରର ୪, କଟକ-ବଲାଙ୍ଗୀର-ମାଲକାନଗିରିର ୨, ଜଗତସିଂହପୁର-ଝାରସୁଗୁଡ଼ା-ନବରଙ୍ଗପୁର-ପୁରୀର ଜଣେ ଲେଖାଏ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ତେବେ ଦୈନିକ ସୁସ୍ଥ ହେବା ତାଲିକାରେ ଏହା ସର୍ବାଧିକ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ତେବେ ରାଜ୍ୟରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୮୫୬ରେ ପହଞ୍ଚିଛି। କରୋନାରେ ୯ଜଣଙ୍କ ମୃତ୍ୟୁ ଘଟିଛି।

Khansweb Solution Bhubaneswar

Leave A Reply

Your email address will not be published.