ଭୁବନେଶ୍ୱର, ୪।୧୨ (ଓଡ଼ିଆ ନ୍ୟୁଜ): ଚନ୍ଦ୍ରଶେଖରପୁର ସ୍ଥିତ ବିଡିଏ କଲୋନୀ ଠାରେ ଆମ୍ବିସନ କ୍ଲବ ପକ୍ଷରୁ ଗଣଦୁଷ୍କର୍ମକୁ ବିରୋଧ କରି ଏକ ବିଶାଳ କ୍ୟାଣ୍ଡେଲ ରାଲି ଅନୁଷ୍ଠିତ ହୋଇଯାଇଛି। ଯୁବ ସମାଜସେବୀ ଅଶୋକ କୁମାର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ରାଲିକୁ ଆମ୍ବିସନ କ୍ଲବର ଆବାହକ ମୃତ୍ୟୁଞ୍ଜୟ ଦାଶ କ୍ୟାଣ୍ଡେଲ ଲଗାଇ ଉଦଘାଟନ କରିଥିଲେ। ଏହି ରାଲି ଆମ୍ବିସନ କ୍ଲବ ପାଖରୁ ଆରମ୍ଭ ହୋଇ କଲୋନୀ ପରିକ୍ରମା କରି ଦୁର୍ଗା ପଡିଆଠାରେ ପହଞ୍ଚି ଥିଲା। ସେଠାରେ ଅନୁଷ୍ଠିତ ସଭାରେ ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କ ଗଣଦୁଷ୍କର୍ମକୁ ଘୋର ନିନ୍ଦା କରାଯିବା ସହ ହତ୍ୟାକାରୀକୁ କଠୋର ଦଣ୍ଡାଦେଶ ପାଇଁ ସମସ୍ତେ ଦାବି କରିଥିଲେ। କେନ୍ଦ୍ର ସରକାର ବଳତ୍କାରୀଙ୍କୁ ସାବାଡ କରିବା ପାଇଁ ଏକ ଦୃଢନିଶ୍ଚିତ ଆଇନ ଆଣିବା ପାଇଁ ମତପ୍ରକାଶ ପାଇଥିଲା। ଏହି କାର୍ଯ୍ୟକ୍ରମରେ କ୍ଲବର ସଭାପତି ଆଶିଷ ଦାସ, ଉପଦେଷ୍ଟା ପ୍ରଭାତ ମହାନ୍ତି, ଅନିରୁଦ୍ଧ ମଲ୍ଲିକ, ପ୍ରସନ୍ନ ପାଣି, କେଶବ ରଣା, ଶଶୀକାନ୍ତ ସାହୁ, ମିଡିଆ ସେଲ ଅଧ୍ୟକ୍ଷ ବିଭୂତି ତ୍ରିପାଠୀ, ସମ୍ପାଦକ ଅରୁଣ ସାହୁ, କୋଷାଧ୍ୟକ୍ଷ ଦେବୀଦତ୍ତ ନାୟକ,ଉପସଭାପତି ଦିପୁ ଲେଙ୍କା ଓ ଜିତେନ୍ଦ୍ର ରଥ,ମିଲନ ଜେନା, ସୁମନ ଭଟ୍ଟ,ସାନ୍ତନୁ ବାରିକ, ମଞ୍ଜର ଖାନଙ୍କ ସହିତ କ୍ଲବର ୨୦୦ ଶହରୁ ଅଧିକ ସଭ୍ୟ ଏବଂ କଲୋନୀ ବାସିନ୍ଦା ଯୋଗଦାନ କରିଥିଲେ। ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।
Breaking
ଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍
