ଭୁବନେଶ୍ୱର, ୪।୧୨ (ଓଡ଼ିଆ ନ୍ୟୁଜ): ଚନ୍ଦ୍ରଶେଖରପୁର ସ୍ଥିତ ବିଡିଏ କଲୋନୀ ଠାରେ ଆମ୍ବିସନ କ୍ଲବ ପକ୍ଷରୁ ଗଣଦୁଷ୍କର୍ମକୁ ବିରୋଧ କରି ଏକ ବିଶାଳ କ୍ୟାଣ୍ଡେଲ ରାଲି ଅନୁଷ୍ଠିତ ହୋଇଯାଇଛି। ଯୁବ ସମାଜସେବୀ ଅଶୋକ କୁମାର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ରାଲିକୁ ଆମ୍ବିସନ କ୍ଲବର ଆବାହକ ମୃତ୍ୟୁଞ୍ଜୟ ଦାଶ କ୍ୟାଣ୍ଡେଲ ଲଗାଇ ଉଦଘାଟନ କରିଥିଲେ। ଏହି ରାଲି ଆମ୍ବିସନ କ୍ଲବ ପାଖରୁ ଆରମ୍ଭ ହୋଇ କଲୋନୀ ପରିକ୍ରମା କରି ଦୁର୍ଗା ପଡିଆଠାରେ ପହଞ୍ଚି ଥିଲା। ସେଠାରେ ଅନୁଷ୍ଠିତ ସଭାରେ ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କ ଗଣଦୁଷ୍କର୍ମକୁ ଘୋର ନିନ୍ଦା କରାଯିବା ସହ ହତ୍ୟାକାରୀକୁ କଠୋର ଦଣ୍ଡାଦେଶ ପାଇଁ ସମସ୍ତେ ଦାବି କରିଥିଲେ। କେନ୍ଦ୍ର ସରକାର ବଳତ୍କାରୀଙ୍କୁ ସାବାଡ କରିବା ପାଇଁ ଏକ ଦୃଢନିଶ୍ଚିତ ଆଇନ ଆଣିବା ପାଇଁ ମତପ୍ରକାଶ ପାଇଥିଲା। ଏହି କାର୍ଯ୍ୟକ୍ରମରେ କ୍ଲବର ସଭାପତି ଆଶିଷ ଦାସ, ଉପଦେଷ୍ଟା ପ୍ରଭାତ ମହାନ୍ତି, ଅନିରୁଦ୍ଧ ମଲ୍ଲିକ, ପ୍ରସନ୍ନ ପାଣି, କେଶବ ରଣା, ଶଶୀକାନ୍ତ ସାହୁ, ମିଡିଆ ସେଲ ଅଧ୍ୟକ୍ଷ ବିଭୂତି ତ୍ରିପାଠୀ, ସମ୍ପାଦକ ଅରୁଣ ସାହୁ, କୋଷାଧ୍ୟକ୍ଷ ଦେବୀଦତ୍ତ ନାୟକ,ଉପସଭାପତି ଦିପୁ ଲେଙ୍କା ଓ ଜିତେନ୍ଦ୍ର ରଥ,ମିଲନ ଜେନା, ସୁମନ ଭଟ୍ଟ,ସାନ୍ତନୁ ବାରିକ, ମଞ୍ଜର ଖାନଙ୍କ ସହିତ କ୍ଲବର ୨୦୦ ଶହରୁ ଅଧିକ ସଭ୍ୟ ଏବଂ କଲୋନୀ ବାସିନ୍ଦା ଯୋଗଦାନ କରିଥିଲେ। ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।

Breaking
ରାଜ୍ୟସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସଏମ୍ସ ଭୁବନେଶ୍ୱରରେ ଏମ୍ସ ଆଇସିୟୁ ପୁନର୍ବାସ ପାଇଲଟ୍ ପ୍ରକଳ୍ପ ସଫଳତାର ସହ ସମାପ୍ତଭାରତ ସରକାରର ଟେକ୍ସଟାଇଲ୍ ମନ୍ତ୍ରାଳୟ ଏବଂ NIFT ଏସିୟାନ୍ ସବକଣ୍ଟିନେଣ୍ଟ ଏବଂ ଭାରତର ଫ୍ୟାସନ୍ ସେଗ୍ମେଣ୍ଟ ପାଇଁ ଟ୍ରେଣ୍ଡ୍ ସୂଚନା ଏବଂ ପୂର୍ବାନୁମାନ ଆରମ୍ଭ କରିଛନ୍ତି”ଆପୋଲୋ ହସ୍ପିଟାଲ୍ସ, ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ଯକୃତ ପ୍ରତିସ୍ଥାପନ କାର୍ଯ୍ୟକ୍ରମ ଆରମ୍ଭଆଇଓଏସ ଉପକରଣଗୁଡ଼ିକ ଫିସିଂ ଆକ୍ରମଣ ପାଇଁ ଅଧିକ ବିପଦଯୁକ୍ତ: ଲୁକ୍ଆଉଟ