ଭୁବନେଶ୍ୱର,୧/୧୦(ଓଡ଼ିଆ ନ୍ୟୁଜ): ଉପନିର୍ବାଚନ ତାରିଖ ଘୋଷଣା ପରେ ଏବେ ତିର୍ତ୍ତୋଲର ରାଜନୈତିକ ପାଣିପାଗ ଉଷ୍ମ ହୋଇଉଠିଛି।ଦିବଂଗତ ବିଧାୟକ ବିଷ୍ଣୁ ଦାସଙ୍କ ସୁପୁତ୍ର ତଥା ଜିଲ୍ଲା ଛାତ୍ର ବିଜେଡିର ସାଧାରଣ ସଂପାଦକ ବିଜୟ ଶଙ୍କର ଦାସଙ୍କୁ ଏଠାରେ ପାର୍ଥୀ କରାଯିବ ବୋଲି ଆଭାସ ମିଳିଛି,ଏଣେ ବିରୋଧୀ ଗୋଷ୍ଠି ଅନ୍ୟ ଜଣଙ୍କୁ ପ୍ରାର୍ଥୀ କରିବାକୁ ଆପ୍ରାଣ ଉଦ୍ୟମ ଜାରୀ ରଖିଛନ୍ତି,ଜଣେ ମନ୍ତ୍ରୀ ଏବଂ ଜଣେ ପୂର୍ବତନ ବିଧାୟକ ବିରୋଧୀ ଗୋଷ୍ଟିଙ୍କୁ ସମର୍ଥନ କରୁଥିବା ବେଳେ ପ୍ରାର୍ଥୀ ହେବାକୁ ଆଶା ରଖିଥିବା ବ୍ୟକ୍ତିଙ୍କୁ ପୂର୍ବରୁ ତିର୍ତ୍ତୋଲ ରାଜନୀତିରେ ଦେଖାଯାଇନଥିଲା।
ଗତ କାଲି ସଅଁରା ପଞ୍ଚାଂୟତ ବିଜେଡି ସଭାପତି ବସନ୍ତ ମହାରଣାଙ୍କ ପୁଅ ଏକାଦଶହରେ ତିର୍ତ୍ତୋଲର ପୂର୍ବତନ ବ୍ଲକ ସଭାପତି ବସନ୍ତ ମହାପାତ୍ର ଙ୍କ ସହ ବିଜୟ ଶଙ୍କର ଦାସ ଯୋଗଦେବାକୁ ନେଇ ରାଜନୀତି ସରଗରମ ହୋଇଛି।ଆଗାମୀ ନିର୍ବାଚନକୁ ନେଇ ସଅଁରାର କିଛି ବରିଷ୍ଟ ନେତାଙ୍କ ସହ ଆଲୋଚନା ହୋଇଛି,ଏଥି ସହ ଜଗତସିଂହପୁର ଛାତ୍ର ବିଜେଡି ସାଧାରଣ ସଂପାଦକ ରୁଦ୍ର ଆଚାର୍ଯ୍ୟଙ୍କ ନେତୃତ୍ୱରେ ଛାତ୍ର ନେତା ଅବନୀକାନ୍ତ ଦାଶ,ଅଜିତ ସିଂ,କାଳନ୍ଦୀ ଦାଶ,ପ୍ରଭୂପ୍ରସାଦ ଦାଶ,ଶଶୀକାନ୍ତ ଜେନା,ପ୍ରଦିପ୍ତ ଜେନା,ମନୋରଂଜନ ସାହୁ ପ୍ରମୂଖ ବିଜୟ ଶଙ୍କର ଦାସଙ୍କୁ ସଅଁରାଠାରେ ଭେଟି ଆଲୋଚନା କରିବା ସହ ନିର୍ବାଚନ ସମୟରେ ଛାତ୍ର ବିଜେଡି ସମ୍ପୂର୍ଣ ସହାୟତା କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
Breaking
ଚନ୍ଦ୍ରଶେଖରପୁରରେ ମହାଆଡମ୍ବରରେ ପାଳିତ ହେବ ଶ୍ରୀରାମ ନବମୀ ଉତ୍ସବଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛି
