banner
Breaking

ରୋଷେଇ ଘରର ସାଥୀ ଅଗସ୍ତି ମସଲା ଲୋକାର୍ପିତ। ସ୍ବାସ୍ଥ୍ୟ ପାଇଁ ହିତକାରୀ ହେବ ଅଗସ୍ତି ମସଲା।

0

ଭୁବନେଶ୍ୱର :- ଜନସାଧାରଣଙ୍କ ସୁସ୍ଥ ଓ ଦୀର୍ଘ ନିରାମୟ ଜୀବନ ପାଇଁ ବିଭିନ୍ନ ବୃକ୍ଷ ଲତାରୁ ମଞ୍ଜି,ଫଳ ଓ ମୂଳରୁ ପ୍ରସ୍ତୁତ ଗବେଷଣା ଭିତ୍ତିକ ଅଗସ୍ତି ମସଲା ଭୁବନେଶ୍ୱର ସ୍ଥିତ ନିଗମ କଳ୍ପତରୁ ଆଶ୍ରମରେ କୋଭିଡ ନିୟମକୁ ପାଳନ କରି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଲୋକାର୍ପିତ ହୋଇଯାଇଛି। ଏହି ସୂଦ୍ଧ ମସଲା କଳାମଣିମା ଫୁଡ୍ ଲାଇଫ ଲାଇନ୍ ଦ୍ବାରା ପ୍ରସ୍ତୁତ କରାଯାଇଛି। ଯାହା ସ୍ବାସ୍ଥ୍ୟ ପାଇଁ ହିତକାରୀ ହେବା ସହିତ ବ୍ୟଞ୍ଜନ ପ୍ରସ୍ତୁତରେ ଅପୂର୍ବ ସ୍ବାଦ ଭରିଦେବ ବୋଲି ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଆୟୁର୍ବେଦିକ ଡାକ୍ତର ଦୀନବନ୍ଧୁ ମହାରଣା ମତ ଦେଇଛନ୍ତି।


ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ଶ୍ରୀମତ ସ୍ବାମୀ ବ୍ରହ୍ମାନନ୍ଦ ସରସ୍ବତୀ ତାଙ୍କ ଅଭିଭାଷଣରେ ଭାରତୀୟ ରୁଷି ପରମ୍ପରାର ପ୍ରଖ୍ୟାତ ଗୁରୁ ଅଗସ୍ତି ଯେମିତି ସମଗ୍ର ବିଶ୍ବକୁ ନିଜର ପ୍ରତିଭାରେ ଆଲୋକିତ କରିଥିଲେ ସେହିପରି ଅଗସ୍ତି ମସଲା ସମସ୍ତଙ୍କର ଆପଣାର ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ।


ଅଗସ୍ତି ମସଲାର ପରିଚାଳନା ନିର୍ଦ୍ଦେଶକ ତଥା କଳାମଣିମାର ଅଧ୍ୟକ୍ଷ ମହେଶ ନାୟକ ଏହି ମସଲାର ସ୍ବାଦ ସମସ୍ତେ ଉଠାଇବେ ବୋଲି ମତପୋଷଣ କରିବା ସହିତ ଏହା ଉଚିତ ମୂଲ୍ୟରେ ସଠିକ ସମୟରେ ସମସ୍ତଙ୍କ ପାଖରେ ପହଞ୍ଚି ପାରିବ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଶିଷ୍ୟ ଆନନ୍ଦ ଗୌତମ ବ୍ରହ୍ମଚାରୀ ଯୋଗଦେଇ ଓଡିଶାରେ ମସଲାର ନୂଆ ଯୁଗ ଆରମ୍ଭ ହେଲାବୋଲି କହିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ କଳାମଣିମାର ଉପାଧ୍ୟକ୍ଷ ଉମେଶ ଚନ୍ଦ୍ର ସାହୁ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜ୍ଞାନ ରଞ୍ଜନ ନାୟକ,ଉପଦେଷ୍ଟା ତଥା ଆଶ୍ରୟର ନିର୍ଦ୍ଦେଶକ ଲୋକନାଥ ଦାଶ ଓ ବିଶିଷ୍ଟ ଜଗନ୍ନାଥ ଗବେଷକ ଡ ଭାସ୍କର ମିଶ୍ର, ସମାଜସେବୀ ଚିତ୍ତ ରଞ୍ଜନ ଷଡ଼ଙ୍ଗୀ, ନବକିଶୋର ଦ୍ବିବେଦୀ, ସନ୍ତୋଷ ନାୟକ, ସୁଶୀଲ ସାହୁ, ପ୍ରୀତିଲତା ନାୟକ ପ୍ରମୁଖ ଉପସ୍ଥିତ ରହି ଅଗସ୍ତି ମସଲାର ଉତ୍ତର ଉତ୍ତୋରତର କାମନା କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.