banner
Breaking

ତିର୍ତ୍ତୋଲ ଛାତ୍ର ବିଜେଡିର ବିଜୟଙ୍କୁ ବିପୁଳ ସମର୍ଥନ।

0

ଭୁବନେଶ୍ୱର,୧/୧୦(ଓଡ଼ିଆ ନ୍ୟୁଜ): ଉପନିର୍ବାଚନ ତାରିଖ ଘୋଷଣା ପରେ ଏବେ ତିର୍ତ୍ତୋଲର ରାଜନୈତିକ ପାଣିପାଗ ଉଷ୍ମ ହୋଇଉଠିଛି।ଦିବଂଗତ ବିଧାୟକ ବିଷ୍ଣୁ ଦାସଙ୍କ ସୁପୁତ୍ର ତଥା ଜିଲ୍ଲା ଛାତ୍ର ବିଜେଡିର ସାଧାରଣ ସଂପାଦକ ବିଜୟ ଶଙ୍କର ଦାସଙ୍କୁ ଏଠାରେ ପାର୍ଥୀ କରାଯିବ ବୋଲି ଆଭାସ ମିଳିଛି,ଏଣେ ବିରୋଧୀ ଗୋଷ୍ଠି ଅନ୍ୟ ଜଣଙ୍କୁ ପ୍ରାର୍ଥୀ କରିବାକୁ ଆପ୍ରାଣ ଉଦ୍ୟମ ଜାରୀ ରଖିଛନ୍ତି,ଜଣେ ମନ୍ତ୍ରୀ ଏବଂ ଜଣେ ପୂର୍ବତନ ବିଧାୟକ ବିରୋଧୀ ଗୋଷ୍ଟିଙ୍କୁ ସମର୍ଥନ କରୁଥିବା ବେଳେ ପ୍ରାର୍ଥୀ ହେବାକୁ ଆଶା ରଖିଥିବା ବ୍ୟକ୍ତିଙ୍କୁ ପୂର୍ବରୁ ତିର୍ତ୍ତୋଲ ରାଜନୀତିରେ ଦେଖାଯାଇନଥିଲା।
ଗତ କାଲି ସଅଁରା ପଞ୍ଚାଂୟତ ବିଜେଡି ସଭାପତି ବସନ୍ତ ମହାରଣାଙ୍କ ପୁଅ ଏକାଦଶହରେ ତିର୍ତ୍ତୋଲର ପୂର୍ବତନ ବ୍ଲକ ସଭାପତି ବସନ୍ତ ମହାପାତ୍ର ଙ୍କ ସହ ବିଜୟ ଶଙ୍କର ଦାସ ଯୋଗଦେବାକୁ ନେଇ ରାଜନୀତି ସରଗରମ ହୋଇଛି।ଆଗାମୀ ନିର୍ବାଚନକୁ ନେଇ ସଅଁରାର କିଛି ବରିଷ୍ଟ ନେତାଙ୍କ ସହ ଆଲୋଚନା ହୋଇଛି,ଏଥି ସହ ଜଗତସିଂହପୁର ଛାତ୍ର ବିଜେଡି ସାଧାରଣ ସଂପାଦକ ରୁଦ୍ର ଆଚାର୍ଯ୍ୟଙ୍କ ନେତୃତ୍ୱରେ ଛାତ୍ର ନେତା ଅବନୀକାନ୍ତ ଦାଶ,ଅଜିତ ସିଂ,କାଳନ୍ଦୀ ଦାଶ,ପ୍ରଭୂପ୍ରସାଦ ଦାଶ,ଶଶୀକାନ୍ତ ଜେନା,ପ୍ରଦିପ୍ତ ଜେନା,ମନୋରଂଜନ ସାହୁ ପ୍ରମୂଖ ବିଜୟ ଶଙ୍କର ଦାସଙ୍କୁ ସଅଁରାଠାରେ ଭେଟି ଆଲୋଚନା କରିବା ସହ ନିର୍ବାଚନ ସମୟରେ ଛାତ୍ର ବିଜେଡି ସମ୍ପୂର୍ଣ ସହାୟତା କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.