ଭୁବନେଶ୍ୱର,୧ା୪(ବ୍ୟୁରୋ):ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ୱାରା ଆଗତ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧.୭୫ ଲକ୍ଷ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ ବୁଧବାର ବିଧାନସଭାର ଅନୁମୋଦନ ଲାଭ କରିଛି। ଏହି ବିଲକୁ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଲେ ‘କରୋନା’ ଯୋଗୁଁ ଖର୍ଚ୍ଚର ଧାରା ପ୍ରଭାବିତ ହୋଇଛି ଏବଂ ‘କେନ୍ଦ୍ରୀୟ ହସ୍ତାନ୍ତର’ ଅଂଶଧନ କମିଛି। ଉପଯୁକ୍ତ୍ ପରିଚାଳନା ଓ ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ତାହାକୁ ଅନେକାଂଶରେ ପ୍ରତିହତ କରାଯାଇ ପାରିଛି। ମହାମାରୀର ପ୍ରଭାବ ପରେ ମଧ୍ୟ ବଜେଟ୍ ପରିମାଣ କମିନାହିଁ। ୨୬ ପ୍ରତିଶତ ବୃଦ୍ଧି ପାଇଛି। ଏହା କିଛି କମ୍ ବଡ଼ କଥା ନୁହେଁ। ଏଥିରେ ପ୍ରଶାସନିକ ବ୍ୟୟ ନିମନ୍ତେ ୮୫ ହଜାର କୋଟି, କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ୭୫ ହଜାର କୋଟି, ବିପର୍ଯ୍ୟୟ ପ୍ରଶମନ ବ୍ୟୟ ଲାଗି ୩ ହଜାର ୫୦ କୋଟି ଟଙ୍କା ଏବଂ ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ଥାକୁ ହସ୍ତାନ୍ତର ପାଇଁ ୬,୯ ୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଗତ ୧୩ ତାରିଖରୁ ୩୦ ତାରିଖ ମଧ୍ୟରେ ଗୃହରେ ବିଭିନ୍ନ ଦାବୀଗୁଡ଼ିକ ଉପରେ ଆଲୋଚନା ହୋଇ ସାରିଛି। ଗୃହର ଅନୁମୋଦନ ମୁଳିବା ପରେ ଏହି ଅର୍ଥ ରାଜ୍ୟର ସର୍ବାଙ୍ଗୀନ ବିକାଶ ସହ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ପାଇଁ ବିନିଯୋଗ ହେବ। ବଜେଟରେ କରୋନାର ପ୍ରଭାବ ସତ୍ତ୍ୱେ ବିକାଶ କାର୍ଯ୍ୟକୁ ଅଗ୍ରାଧିକାର ଦିଆଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ନିଷ୍ପତ୍ତି ଓ ଆର୍ଥକ ସଂସ୍କାର ପଦକ୍ଷେପ ଯୋଗୁଁ ଓଡ଼ିଶା ବିଶେଷ ଭାବରେ କିଛି କ୍ଷତିଗ୍ରସ୍ତ ହୋଇନାହିଁ। ସେଥିପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଭଳି ବହୁ ସଂସ୍ଥା ଆନ୍ତର୍ଜାତୀୟ ସଂସ୍ଥା ଓଡିଶାକୁ ପ୍ରଶଂସା କରିଛନ୍ତି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏହି ବିଲ୍କୁ ଉଭୟ ବିରୋଧୀ କଂଗ୍ରେସ ଓ ଭାଜପା ସଭ୍ୟମାନେ ବିରୋଧ କରିଥିଲା ବେଳେ ଶାସକ ସଭ୍ୟମାନେ ସମର୍ଥନ କରିଥିଲେ।
ଏଠାରେ ସୂଚନା ଯୋଗ୍ୟ ଯେ ୩୩ଟି ବିଭାଗର ଖର୍ଚ୍ଚ ଦାବି ହଟ୍ଟଗୋଳ ଯୋଗୁ ଆଲୋଚନା ହୋଇ ନ ପାରିବାରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସେ ସବୁକୁ ମାର୍ଚ୍ଚ ୩୦ ତାରିଖରେ ଗିଲୋଟିନ ମାଧ୍ୟମରେ ବିଧାନସଭାର ଅନୁମୋଦନ କରାଇଥିଲେ।
Breaking
ଚନ୍ଦ୍ରଶେଖରପୁରରେ ମହାଆଡମ୍ବରରେ ପାଳିତ ହେବ ଶ୍ରୀରାମ ନବମୀ ଉତ୍ସବଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛି
