banner
Breaking

ଆଟୋ କେବିଟ୍ ନିୟମ ବଳବତ୍ତର ରଖିଲା ଆର ବି ଆଇ।

0

ନୂଆଦିଲ୍ଲୀ:  ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ବୁଧବାର ଅଟୋ ଡେବିଟ୍‌ ପେମେଣ୍ଟ ସୁବିଧାକୁ ପୂର୍ବ ପରି ବଳବତ୍ତର ରଖିଛନ୍ତି। ଚଳିତ ବର୍ଷ ଏପ୍ରିଲ ପହିଲାରୁ ଲାଗୁହେବାକୁ ନୂଆ ନିୟମକୁ କେନ୍ଦ୍ରୀୟ ବ୍ୟାଙ୍କ୍‌ ବର୍ତ୍ତମାନ କିଛି ମାସ ଲାଗି ରୋକ୍‌ ଲଗାଇଛନ୍ତି। ଗ୍ରାହକଙ୍କ ଅସୁବିଧାକୁ ଆଖି ଆଗରେ ରଖି ଆର୍‌ବିଆଇ ଆଉ ୬ମାସ ଏହି ନିୟମର ଶେଷ ତାରିଖ ପୂର୍ବରୁ ପୁଣି ଥରେ ତାରିଖ ପରିବର୍ତ୍ତନ କରିଛି। ବର୍ତ୍ତମାନ ଏହି ନିର୍ଦ୍ଦେଶାବଳୀକୁ ଦେଶର ସମସ୍ତ ବ୍ୟାଙ୍କ ପାଳନ କରିବା ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଫଳରେ ୩୦ ସେପ୍ଚେମ୍ବର ୨୦୨୧ ପର୍ଯ୍ୟନ୍ତ ଏହାର ସମସ୍ତ ଗ୍ରାହକ ପୂର୍ବ ପରି ସେବା ପାଇପାରିବେ।
ଆର୍‌ବିଆଇ ପକ୍ଷରୁ ନୂଆ ନିର୍ଦ୍ଦେଶାବଳୀ ଜାରି ହେବା ପରେ ଏହି ନିୟମ ଲାଗୁ ହେବ ବୋଲି କେନ୍ଦ୍ରୀୟ ବ୍ୟାଙ୍କର ବରିଷ୍ଠ ଅଧିକାରୀ ମତ ଦେଇଛନ୍ତି। ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡ ଟ୍ରାଞ୍ଜାକ୍ସନର ସୁରକ୍ଷା ଓ ସୁବିଧା ଲାଗି ଆର୍‌ବିଆଇ ଦେଶରେ ଏହି ନୂଆ ନିୟମ ଆଣିବାକୁ ଯାଉଛି। ଏଥିଲାଗି ବ୍ୟାଙ୍କଗୁଡିକ ଆଡିସନାଲ ଫ୍ୟାକ୍ଟର ଅଥେଣ୍ଟିକେସନ ନିୟମକୁ ପୂରାପୂରି ଲାଗୁ କରିପାରି ନ ଥିବା ଜଣାପଡିଛି। ଫଳରେ କେନ୍ଦ୍ରୀୟ ବ୍ୟାଙ୍କର ନୂଆ ନିୟମ ଲାଗୁ କରିବାରେ ଆଉ କିଛି ମାସ ଲାଗିପାରେ ବୋଲି ସୂଚନା ମିଳିଛି।

Khansweb Solution Bhubaneswar

Leave A Reply

Your email address will not be published.