banner
Breaking

ସ୍କୁଲରେ ଛାତ୍ରଙ୍କୁ ଛୁରା ମାଡ।

0

ପୁରୀ,୩୧/୩(ବ୍ୟୁରୋ) ଗଣ୍ଡଗୋଳକୁ କେନ୍ଦ୍ର କରି ସ୍କୁଲରେ ଛୁରାମାଡ଼ । ଜଣେ ଛାତ୍ରର ଛୁରାମାଡ଼ରେ ଆଉ ଜଣେ ଛାତ୍ର ଆହତ । ପୁରୀ ଭୋଳାନାଥ ସ୍କୁଲରେ ଏହି ଘଟଣା ଘଟିଛି । ଆକ୍ରମଣରେ ଜଣେ ନବମ ଶ୍ରେଣୀ ଛାତ୍ର ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଛୁରା ମାଡ଼ କରିଥିବା ନବମ ଶ୍ରେଣୀ ଛାତ୍ର ଫେରାର ଅଛି । ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ତେବେ କେଉଁ ଘଟଣାକୁ କେନ୍ଦ୍ର କରି ଛୁରାମାଡ଼ ହେଲା ତାହା ଅସ୍ପଷ୍ଟ ରହିଛି । ଆକ୍ରମଣକାରୀ ଛାତ୍ର କେଉଁଠୁ ଛୁରୀ ଆଣିଲା ତାହା ବି ଜଣା ପଡ଼ିନି ।

Khansweb Solution Bhubaneswar

Leave A Reply

Your email address will not be published.