ଓଡ଼ିଶାରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ
ନୂଆଦିଲ୍ଲୀ : ଦେଶରେ ଆଜି ଏକା ସାଙ୍ଗରେ ୯ଟି ରାଜ୍ୟକୁ ଗଡିଛି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଭିଡିଓ କନଫେରନ୍ସିଂ ଜରିଆରେ ଉଦାଘାଟନ କରିଛନ୍ତି । ଏହି ଉଦଘାଟନ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି
ବନ୍ଦେ ଭାରତ ପ୍ରତି ଲୋକଙ୍କର କ୍ରେଜ ବଢୁଛି। ବର୍ତ୍ତମାନ ସୁଧା ୧କୋଟି ୧୧ ଲକ୍ଷରୁ ଅଧିକ ଯାତ୍ରୀ ଏଥିରେ ଯାତ୍ରା କରିଛନ୍ତି । ଖବୁ ଶୀଘ୍ର ଭାରତର ବିଭିନ୍ନ ପ୍ରାନ୍ତକୁ ଯୋଡିବ ବନ୍ଦେ ଭାରତ ଏକ୍ସପ୍ରେସ । ଏହି ବନ୍ଦେ ଭାରତ ଟ୍ରେନ୍ ଗୁଡ଼ିକ ସେମାନଙ୍କ ଚଳାଚଳ ମାର୍ଗରେ ଦ୍ରୁତତମ ଟ୍ରେନ୍ ହେବ ଏବଂ ଯାତ୍ରୀଙ୍କ ଯଥେଷ୍ଟ ସମୟ ସଞ୍ଚୟ କରିବାରେ ସହାୟକ ହେବ । ଏହି ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ଦେଶରେ ରେଳ ସେବାର ଏକ ନୂତନ ମାନଦଣ୍ଡ ଆରମ୍ଭ କରିବ । କବଚ ଟେକ୍ନୋଲୋଜି ସମେତ ବିଶ୍ୱସ୍ତରୀୟ ସୁବିଧା ଏବଂ ଉନ୍ନତ ନିରାପତ୍ତା ବୈଶିଷ୍ଟ୍ୟରେ ସଜ୍ଜିତ ଏହି ଟ୍ରେନ୍ ସାଧାରଣ ଲୋକ, ପେଶାଦାର, ବ୍ୟବସାୟୀ, ଛାତ୍ର ସମୁଦାୟ ଏବଂ ପର୍ଯ୍ୟଟକ ମାନଙ୍କୁ ଆଧୁନିକ, ଦ୍ରୁତ ଏବଂ ଆରାମଦାୟକ ଯାତ୍ରା ମାଧ୍ୟମ ଯୋଗାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ।
ସେହିପରି ଓଡ଼ିଶାକୁ ମିଳିଛି ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ୍ । ଏହି ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଶନିବାର ବ୍ୟତୀତ ସପ୍ତାହରେ ଛଅ ଦିନ ଚାଲିବ । ପୁରୀରୁ ରାଉରକେଲା ପର୍ଯ୍ୟନ୍ତ ୫୦୫ କିଲୋମିଟର ଦୂରତାକୁ ମାତ୍ର ୭ଘଣ୍ଟା ୪୫ମିନିଟରେ ଅତିକ୍ରମ କରିବ । ପୁରୀ- ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ସକାଳ ୫ ଟାରେ ଯାତ୍ରା ଆରମ୍ଭ କରି ଦିନ ୧୨.୪୫ରେ ରାଉରକେଲାରେ ପହଞ୍ଚିବ । ସେହିପରି ରାଉରକେଲାରୁ ଅପରାହ୍ନ ୨.୧୦ ମିନିଟରେ ଛାଡି ରାତି ୯.୪୦ ରେ ପୁରୀରେ ପହଞ୍ଚିବ । ଟ୍ରେନଟି ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଢ଼େଙ୍କାନାଳ, ତାଳଚେର ରୋଡ, ଅନଗୁଳ, ରେଢ଼ାଖୋଲ, ସମ୍ବଲପୁର ସହର ଏବଂ ଝାରସୁଗୁଡା ଷ୍ଟେସନମାନଙ୍କରେ ରହିବ ।

l1m6qy
1klf15
zxvutq