banner
Breaking

ଚଳିତ ପାର୍ବଣ ଋତୁରେ ଉପହାର ଦିଅନ୍ତୁ ଶୁଦ୍ଧତା ଏବଂ ସ୍ୱାସ୍ଥ୍ୟର ଏକ ପରମ୍ପରା ‘ହାତୀ ବ୍ରାଣ୍ଡ କାଚି ଘାନି ସୋରିଷ ତେଲ’

0

ବିଶ୍ୱାସ, ଶୁଦ୍ଧତା ଏବଂ ପରମ୍ପରାର ସୁପରିଚିତ ନାମ ହେଉଛି ହାତୀ ବ୍ରାଣ୍ଡ କାଚି ଘାନି ସୋରିଷ ତେଲ । ଚଳିତ ପାର୍ବଣ ଋତୁରେ ଶୁଦ୍ଧତା ଏବଂ ସ୍ୱାସ୍ଥ୍ୟର ଏହି ପରମ୍ପରାକୁ ଉପହାର ଦିଅନ୍ତୁ । ଏହା ଅତି ଯତ୍ନ ଏବଂ ସଠିକତା ସହିତ ପ୍ରସ୍ତୁତ । ଏହା କୋଲ୍ଡ ପ୍ରେସଡ ସୋରିଷ ତେଲ । ଏହା ଐତିହ୍ୟ ଏବଂ ଅତୁଳନୀୟ ଗୁଣବତାକୁ ବଜାୟ ରଖିଥାଏ ।

ଖାଇବା ତୈଳ ଶିଳ୍ପରେ ଅଗ୍ରଣୀ ଥିବା ହାତୀ ସୋରିଷ ତେଲ, ଦେଶର ସର୍ବୋତମ ତଥା ସୁସ୍ଥ ରନ୍ଧନ ତେଲ ବିତରଣ ଜାରି ରଖିଛି । ହାତୀ ସୋରିଷ ତେଲର ସଭାପତି ରାଘବ ଭଗତ ଆଗାମୀ ପାର୍ବଣ ଋତୁ ପାଇଁ ଉତ୍ସାହ ପ୍ରକାଶ କରି କହିଛନ୍ତି ଯେ ହାତୀ ସୋରିଷ ତେଲରେ ଆମର ଗ୍ରାହକଙ୍କୁ ସର୍ବଦା ସର୍ବୋତମ ଏବଂ ଗୁଣବତା ପ୍ରମାଣିତ ହୋଇଥିବା ଉତ୍ପାଦ ଯୋଗାଇବା ଆମର ପ୍ରଥମ ଉଦ୍ଦେଶ୍ୟ । ଏହାକୁ ସମସ୍ତଙ୍କ ଜୀବନଶୈଳୀର ଏକ ଅଂଶ ଭାବରେ ପରିଣତ କରିବା ଆମର ଲକ୍ଷ୍ୟ । ଚଳିତ ପାର୍ବଣ ଋତୁରେ ଆମେ ଆପଣଙ୍କର ପ୍ରିୟପରିଜନଙ୍କୁ ଶୁଦ୍ଧତା, ସ୍ୱାସ୍ଥ୍ୟ ତଥା ସ୍ୱାଦର ଉପହାର ଦେବା ପାଇଁ ଏକ ବଣ୍ଡଲ କଲେକସନ ଉପଲବ୍ଧ କରୁଛୁ ।

ରନ୍ଧନରେ ବ୍ୟବହୃତ ହେବା ସହିତ ହାତୀ ବ୍ରାଣ୍ଡ କାଚି ଘାନି ତେଲ ସାଂସ୍କୃତିକ ମହତ୍ୱ ମଧ୍ୟ ବଜାୟ ରଖିଥାଏ । ଭାରତୀୟ ପରିବାରମାନଙ୍କରେ, ଏହା ଶୁଦ୍ଧତା ଏବଂ ଐଶ୍ୱରୀୟ ଭାବନା ଜାଗ୍ରତ ପାଇଁ ଦୀପ ପ୍ରଜ୍ଜଳନରେ ବ୍ୟବହାର କରାଯାଇଥାଏ । ହାତୀ ସୋରିଷ ତେଲ ଏହି ପବିତ୍ର ପରମ୍ପରାର ଏକ ଅଂଶ ହୋଇଥିବାରୁ ବେଶ ଗର୍ବିତ । ଶୁଭ ରୀତିନୀତି ପାଇଁ ଏହା ଗ୍ରାହକଙ୍କର ଏକ ବିଶ୍ୱସ୍ତ ପସନ୍ଦ ହୋଇ ରହି ଆସିଛି ।

ଚଳିତ ପାର୍ବଣ ଋତୁରେ ହାତୀ ବ୍ରାଣ୍ଡ କାଚି ଘାନି ସୋରିଷ ତେଲ ଏକ ଆଦର୍ଶ ଉପହାର ଭାବେ ପରିଗଣିତ ହେବ । ଏହାର ପ୍ରିମିୟମ ଗୁଣବତା ଏବଂ ପାରମ୍ପାରିକ ଚମତ୍କାରିତା ଏହାକୁ ଚଳିତ ପାର୍ବଣ ଋତୁରେ ଆପଣଙ୍କ ପ୍ରିୟଜନଙ୍କ ପ୍ରତି ପ୍ରେମ ଏବଂ ସମ୍ମାନର ଏକ ହୃଦୟସ୍ପର୍ଶୀ ଭାବନା ଭାବେ ପରିଗଣିତ ହେବ । ହାତୀ ବ୍ରାଣ୍ଡ କାଚି ଘାନି ସୋରିଷ ତେଲର ଗୁଣବତାକୁ ଅନୁଭବ କରନ୍ତୁ ।

ଜଣେ ଉତ୍ସାହୀ ବ୍ୟବହାରକାରୀ ଏବଂ ୨ ସନ୍ତାନଙ୍କର ମା ପ୍ରତିମା ପଣ୍ଡା କହିଛନ୍ତି, ମୁଁ ମୋର ଦୈନନ୍ଦିନ ଖାଦ୍ୟ ରେସିପିରେ ହାତୀ ବ୍ରାଣ୍ଡର ଗୁଣାତ୍ମକ କାଚି ଘାନି ସୋରିଷ ତେଲ ବ୍ୟବହାର କରି ମୋ ପରିବାରର ସ୍ୱାସ୍ଥ୍ୟ ରକ୍ଷା କରିଥାଏ । ମୁଁ ମୋର ବନ୍ଧୁମାନଙ୍କୁ ମଧ୍ୟ ଏହି ତେଲ ବ୍ୟବହାର କରିବାକୁ ଏବଂ ଭଲ ସ୍ୱାସ୍ଥ୍ୟ ପୋଷଣ କରିବାକୁ ପରାମର୍ଶ ଦେଇଥାଏ ।

ଆମର ସମସ୍ତ ଉତ୍ପାଦରେ ସର୍ବୋଚ୍ଚ ଗୁଣବତା ଏବଂ ଶୁଦ୍ଧତାର ମାନ ବଜାୟ ରଖିବା ପାଇଁ ହାତୀ ସୋରିଷ ତେଲ ପ୍ରତିଶ୍ରୁତିବଦ୍ଧ । ଆମର ନୂତନ ହାତୀ ବ୍ରାଣ୍ଡ କାଚି ଘାନି ତେଲ ଏହାର ବ୍ୟତିକ୍ରମ ନୁହେଁ, ଏବଂ ଆମେ ଏହାର ଲାଭ ଏବଂ ଐତିହ୍ୟକୁ ଗ୍ରାହକଙ୍କ ସହ ବଜାୟ ରଖିବା ନେଇ ବେଶ ଉତ୍ସାହିତ ।

Khansweb Solution Bhubaneswar

Leave A Reply

Your email address will not be published.