banner
Breaking

ମହାମହିମ ରାଷ୍ଟ୍ରପତିଙ୍କ ୩ ଦିନିଆ ଓଡିଶା ଗସ୍ତ

0

ଭୁବନେଶ୍ବର :ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାରଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ମୁର୍ମୁ ରାଷ୍ଟ୍ରପତି ଭବନରୁ ୩ଟା ୨୫ମିନିଟ୍‌ରେ ବାହାରି ୩ଟା ୪୦ମିନିଟ୍‌ରେ ପାଲମ ବିମାନବନ୍ଦରଠାରେ ପହଞ୍ଚିବେ। ସେଠାରୁ ୩ଟା ୫୦ମିନିଟ୍‌ରେ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ବାହାରି ସା ୬ଟା ୧୦ମିନିଟ୍‌ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ୬ଟା ୨୦ରେ ରାଜଭବନକୁ ଯିବେ। ସେଠାରେ ୭ଟାରୁ ୭.୩୦ ମିନିଟ୍‌ ପର୍ଯ୍ୟନ୍ତ ଅତୁଟ ବନ୍ଧନ ପରିବାରର ହିତାଧିକାରୀ ମେଡିକାଲ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିବେ। ଏହାପରେ ସେ ରାଜଭବନରେ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି।
ଆସନ୍ତା ୨୬ ତାରିଖରେ ସେ ୮ଟାରୁ ରାଜଭବନରୁ ବାହାରି ଭୁବନେଶ୍ୱର ବିମାନବନ୍ଦର ଯିବେ। ସେଠାରୁ ୮ଟା ୨୦ରେ ବାହାରି ୯ଟା ୨୦ରେ କଟକରେ ପହଞ୍ଚତ୍ ଚଣ୍ଡୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ। ଉତ୍କଳଗୌରବ ମଧୁସୂଦନ ଦାସଙ୍କ ବାସଭବନ ଓ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟର ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ସେଦିନ କଟକରେ ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ସମାରୋହ, କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଏବଂ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ସେ ସାମିଲ ହେବେ। ସବୁ କାର୍ଯ୍ୟକ୍ରମ ଶେଷ କରିବା ପରେ ୬ଟା ୩୦ମିନିଟ୍‌ ସୁଦ୍ଧା ଆସି ପୁଣିଥରେ ରାଜଭବନରେ ପହଞ୍ଚି ରାତ୍ରିଯାପନ କରିବେ। ୨୭ ତାରିଖ ସକାଳ ୯ଟା ୧୫ରୁ ରାଜ୍ୟର ଆଦିମ ଜନଜାତି ସମୁଦାୟର ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ। ୧୦ଟା ୧୫ମିନିଟ୍‌ରେ ରାଜପଥରେ ଯାଇ ଭୁବନେଶ୍ୱର ତମାଣ୍ଡୋର ଦଶବାଟିଆଠାରେ ବ୍ରହ୍ମାକୁମାରୀ କେନ୍ଦ୍ର ଲାଇଟ୍‌ ହାଉସ୍‌ କମ୍ପ୍ଲେକ୍ସର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବେ। ୧୨ଟାରେ ବ୍ରହ୍ମାକୁମାରୀର ବରିଷ୍ଠ ସଦସ୍ୟଙ୍କ ସହ ଦୁଇ ଘଣ୍ଟା ଆଲୋଚନା କରିବେ। ସେଠାରେ ମଧ୍ୟାହ୍ନଭୋଜନର କାର୍ଯ୍ୟକ୍ରମ ମଧ୍ୟ ରହିଛି। ୪ଟା ୨୫ରେ ଭୁବନେଶ୍ୱର ଛାଡ଼ିବା ସହିତ ୭ଟା ୨୦ରେ ରାଷ୍ଟ୍ରପତି ଭବନରେ ପହଞ୍ଚିବେ। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ନେଇ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.