banner
Breaking

କଳାକାରଙ୍କୁ ଡିସେମ୍ବର ପର୍ଯ୍ୟନ୍ତ ଆଗୁଆ ଭତ୍ତା ମିଳିବ।

0

ଭୁବନେଶ୍ୱର: ରାଜ୍ୟର କଳାକାର ଭତ୍ତା ପାଉଥିବା କଳାକାରମାନଙ୍କୁ ଡିସେମ୍ବର ପର୍ଯ୍ୟନ୍ତ ଆଗୁଆ ଭାବେ କଳାକାର ଭତ୍ତା ପ୍ରଦାନ କରାଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ପ୍ରଦାନ କରାଯାଉଥିବା ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ ପୂର୍ବରୁ ଭତ୍ତା ପ୍ରଦାନ କରାଯାଇଥିଲା।
କୋଭିଡ୍‌-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅକ୍ଟୋବର ଠାରୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଆଗୁଆ ତିନି ମାସର କଳାକାର ଭତ୍ତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଏଠାରେ ସୂଚନାେଯାଗ୍ୟ ଯେ ରାଜ୍ୟର ପ୍ରତିମାସ ୩୪,୬୫୩ ଜଣ କଳାକାରମାନଙ୍କୁ ଜଣକୁ ମାସିକ ୧୨୦୦ ଟଙ୍କା ହିସାବରେ ୪,୧୫,୮୩,୬୦୦ ଟଙ୍କା ପ୍ରଦାନ କରାଯାଉଛି। ଚଳିତ ଥର ତିନି ମାସ ନିମନ୍ତେ ୧୨,୪୭,୫୦,୮୦୦ ଟଙ୍କା ଭତ୍ତା ପୂର୍ବ ପରି ଜିଲ୍ଲା ପାଳମାନଙ୍କ ଜରିଆରେ କଳାକାରମାନଙ୍କୁ ପ୍ରଦାନ କରାଯିବ ବୋଲି ବିଭାଗୀୟ ସୂତ୍ରରୁ ଜଣା ପଡ଼ିଛି।

Khansweb Solution Bhubaneswar

Leave A Reply

Your email address will not be published.