banner
Breaking

ସମସ୍ତେ ଚେଷ୍ଟା କଲେ କରୋନା ଦୁରେଇଯିବ।

0

ବେଗୁନିଆ,୯/୧୦(ବ୍ୟୁରୋ): ଖୋର୍ଦ୍ଧା ଜିଲାପାଳଙ୍କ ଦ୍ୱାରା କୋଭିଡ-୧୯ ସମ୍ପର୍କିତ ଏକ ସମୀକ୍ଷା ବୈଠକ ଶୁକ୍ରବାର ବେଗୁନିଆ ବ୍ଲକ ଭିସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକର ସମସ୍ତ ୨୧ଟି ପଞ୍ଚାୟତର ସରପଞ୍ଚମାନେ ଦୁଇଟି ପର୍ଯ୍ୟାୟରେ ଏହି ବୈଠକରେ ଯୋଗ ଦେଇଥିଲେ। ସମୀକ୍ଷା ବୈଠକରେ ସାମାଜିକ ଦୂରତା ରକ୍ଷା, ମାସ୍କ ପରିଧାନ ଓ କରୋନା ପରୀକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସଚେତନତା କାର୍ୟ୍ୟକ୍ରମ ମାଧ୍ୟମରେ ବ୍ୟାପକ ଭାବେ ଏହାର ବହୁଳ ପ୍ରଚାର ଏବଂ ପ୍ରସାର କରିବା ନିମିତ୍ତ ସରପଞ୍ଚମାନେ ମତ ପ୍ରକାଶ କରିଥିଲେ। ଗ୍ରାମମାନଙ୍କରେ ଗଠିତ କୋଭିଡ ପରିଚାଳନା କମିଟିର ସଦସ୍ୟ ଯଥା ଶିକ୍ଷକ/ଶିକ୍ଷୟିତ୍ରୀ, ଆଶା, ଅଙ୍ଗନବାଡି କର୍ମୀ, ୱାର୍ଡ ସଭ୍ୟ ଓ ଅନ୍ୟାନ୍ୟ ମୁରବୀ ସ୍ଥାନୀୟ ବ୍ୟକ୍ତି ଘର ଘର ବୁଲି ଜନସାଧାରଣଙ୍କୁ ଠିକ ଭାବରେ ପରୀକ୍ଷା ନିମିତ୍ତ ପ୍ରବର୍ତାଇଲେ ପରୀକ୍ଷଣ ଠିକ ସମୟରେ ହୋଇପାରିବ। ଏଥିନିମିତ୍ତ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ସମସ୍ତେ ଚେଷ୍ଟା କଲେ କରୋନା ଭୁତାଣୁର ସଠିକ ମୁକାବିଲା କରିହେବ ବୋଲି ପ୍ରକାଶ କରିଥିଲେ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ସ୍ୱତନ୍ତ୍ର ) ଙ୍କ ପ୍ରାଧୀକୃତ ଅଧିକାରୀ ରଶ୍ମିରଂଜନ ରାଉତ ଅଧ୍ୟକ୍ଷତା କରିଥିଲେ। ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଦେବାଶିଷ ସାହୁ ବୈଠକକୁ ପରିଚାଳନା କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.