ସୁପରସାଇକ୍ଲୋନରେ ପରିଣତ ହେଲା ଅମ୍ଫାନ। ୨୬୦ କିମି ବେଗରେ ବହିବ ପବନ
ନୂଆଦିଲ୍ଲୀ,୧୮/୫(ବ୍ୟୁରୋ) ବଙ୍ଗୋପସାଗରରେ ଅଧିକ ଘନୀଭୂତ ହେଉଛି ଅମ୍ଫାନ। ୧୨ ଘଣ୍ଟା ମଧ୍ୟରେ ଅର୍ଥାତ ଆଜି ସନ୍ଧ୍ୟା ୫.୩୦ ସୁଦ୍ଧା ସୁପର ସାଇକ୍ଲୋନରେ ପରିଣତ ହେବାର ଆଶଙ୍କା ଅଛି ବୋଲି ଭାରତୀୟ ପାଣିପାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଥିଲେ । ମାତ୍ର ଏହା ଦିନ ୧୨ଟା ବେଳକୁ ସାଇକ୍ଲୋନରେ ପରିଣତ ହୋଇଛି ବୋଲି ଜଣାପଡିଛି। ଏହାର ପ୍ରଭାବରେ ୨୨୦ରୁ ୨୬୫ କି.ମି ବେଗରେ ପବନ ବୋହିବା ସମ୍ଭାବନା ରହିଛି । ଆଜି ସଂଧ୍ୟାରୁ ଏହାର ପ୍ରଭାବ ରାଜ୍ୟରେ ଅନୁଭୂତ ହେବ । ଉପକୂଳ ଓ ଉତ୍ତର ଓଡିଶାରେ ଏହାର ପ୍ରଭାବ ଅଧିକ ପଡିବ । ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ବରରେ ବାତ୍ୟାର ପ୍ରଭାବ ବେଶୀ ରହିବ । ୧୯ ଓ ୨୦ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟାପ୍ରତି ୭୫ରୁ ୮୫ କିଲୋମିଟର ବେଗରେ ପବନ ପହିବ ବୋଲି ଆକଳନ କରାଯାଇଛି । ୨୦ତାରିଖ ସଂଧ୍ୟା ସୁଦ୍ଧା ଅମ୍ଫାନ ପଶ୍ଚିମବଙ୍ଗର ସାଗର ଆଇଲ୍ୟାଣ୍ଡ ଓ ବାଂଲାଦେଶର ହାତିଆ ଆଇଲ୍ୟାଣ୍ଡ ମଝିରେ ଲ୍ୟାଣ୍ଡଫଲ୍ କରିବ ବୋଲି ପୂର୍ବାନୁମାନ କରାଯାଇଛି । ଲ୍ୟାଣ୍ଡଫଲ ସମୟରେ ଏହା ଭୟଙ୍କର ରୂପ ନେଇପାରେ। ସମ୍ଭାବ୍ୟ ବାତ୍ୟା ଅମ୍ପାନକୁ ଆଖିରେ ରଖି ୧୨ଜିଲ୍ଲାକୁ ଆଲର୍ଟ କରିଛନ୍ତି ରାଜ୍ୟ ସରକାର । ଏହିସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁନିର୍ଦ୍ଦେଶ ଦିଆଯାଇଛି। ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ବରରେ ବାତ୍ୟାର ପ୍ରଭାବ ବେଶୀ ରହିପାରେ। ଏଣୁ ଏହି ୪ ଜିଲ୍ଲା ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ଲାଗି ନିର୍ଦେଶ ଦିଆଯାଇଛି। ୧୯ତାରିଖ ଅପରାହ୍ନ ପରେ ଓଡ଼ିଶାରେ ବର୍ଷା ଓ ପବନର ପ୍ରଭାବ ଅଧିକ ରହିବ।