banner
Breaking

ଜଗତସିଂହପୁରର ସମସ୍ତ ୫ ଆକ୍ରାନ୍ତ ସୁସ୍ଥ। ପୁଣି ଗ୍ରୀନ ଜୋନକୁ ଫେରିପାରେ ଜଗତସିଂହପୁର।

0

ଜଗତସିଂହପୁର,୧୮/୫(ଓଡ଼ିଆ ନ୍ୟୁଜ):  ଜଗତସିଂହପୁରରୁ ଚିହ୍ନଟ ହୋଇଥିବା ସମସ୍ତ ୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାବେଳେ ଜଗତସିଂହପୁର ଜିଲ୍ଲାର ସମସ୍ତ ଆକ୍ରାନ୍ତ ସୁସ୍ଥ ହେବା ପରେ ରାଜ୍ୟ ପାଇଁ ଏହା ଏକ ଆଶ୍ବସ୍ତିକର ଖବର ଦେଇଛି।    ଏହି ପାଞ୍ଚ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୭୦ ବର୍ଷୀୟ ବୃଦ୍ଧ ରହିଥିଲେ । ସମେସ୍ତ ସୁସ୍ଥ ହେବା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିବାର ସୂଚନା ରହିଛି ।

ପୂର୍ବରୁ ଗ୍ରୀନ୍‌ ଜୋନ୍‌ରେ ଥିବା ଜଗତସିଂହପୁର ଜିଲ୍ଲାରେ ୫ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହା ଅରେଞ୍ଜ ଜୋନ୍‌କୁ ପରିବର୍ତ୍ତିତ ହୋଇଥିଲା । ଏବେ ଜିଲ୍ଲାର ସମସ୍ତ ଆକ୍ରାନ୍ତ ସୁସ୍ଥ ହେବା ପରେ ପୁନଶ୍ଚ ଏହି ଜିଲ୍ଲାଟି ଗ୍ରୀନ୍‌ ଜୋନରେ ପରିବର୍ତ୍ତନ ହେବା ନେଇ ଆଶା ସୃଷ୍ଟି ହୋଇଛି ।  ସେହିପରି ଜିଲ୍ଲାରେ ୧୫ ତାରିଖରେ ୧୨୩ଟି ନମୁନା ପରୀକ୍ଷଣ ହେବାକୁ ଯାଇଥିବାବେଳେ ୭୩ଟି ନେଗେଟିଭ୍‌ ଆସିଥିବାବେଳେ ୫୦ ଟି ରିପୋର୍ଟର ଫଳାଫଳ ଆସିନାହିଁ।

ଶନିବାର ଦିନ ଜଗତସିଂହପୁରକୁ ୬୪୮ଜଣ ପ୍ରବାସୀ ଆସିଥିବାବେଳେ ଏହି ପ୍ରବାସୀମାନଙ୍କୁ ବିଭିନ୍ନ ବ୍ଲକ ଓ ପୌରାଞ୍ଚଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନାନ୍ତରିତ କରାଯାଇଛି। ଏହି କ୍ରମରେ ନାଉଗାଁ ବ୍ଲକକୁ ୫୬ଜଣ, ଜଗତସିଂହପୁର ବ୍ଲକକୁ ୧୧୬ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିକୁ ୧୬ଜଣ, ବାଲିକୁଦା ବ୍ଲକକୁ ୧୬୭ଜଣ, କୁଜଙ୍ଗ ବ୍ଲକକୁ ୩୧ଜଣ, ଏରସମା ବ୍ଲକକୁ ୭୯ଜଣ, ତିର୍ତ୍ତୋଲ ବ୍ଲକକୁ ୧୩୫ଜଣ, ରଘୁନାଥପୁର ବ୍ଲକକୁ ୩୬ଜଣ, ବିରିଡ଼ି ବ୍ଲକକୁ ୪୭ଜଣ ଏବଂ ପାରାଦ୍ବୀପ ମ୍ୟୁନିସିପାଲିଟିକୁ ୦୧ଜଣଙ୍କୁ ସଂଗରୋଧରେ ପଠାଯାଇଛି। ଗତ ମେ ମାସ ୧୩ତାରିଖ ଓ ୧୪ତାରିଖରେ ସଂଗୃହୀତ ହୋଇଥିବା ସ୍ୱାବ ରିପୋର୍ଟ ମଧ୍ୟରୁ ୨୫୬ଟି ନେଗେଟିଭ ଆସିଥିବା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି।

କେବଳ ମେ ୧୪ତାରିଖର ରିପୋର୍ଟ ଆସିବା ବାକିଅଛି। ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସଂଗରୋଧରେ ଥିବା ନେଗେଟିଭ କେସ୍ ଗୁଡିକୁ ହୋମ୍ କ୍ୱାରେଣ୍ଟାଇନ୍ ରେ ଯିବାକୁ ଅନୁମତି ଦେବାକୁ ସମସ୍ତ ବିଡିଓ ଏବଂ ସି. ଏଚ୍.ସି ସୁପରିଟେଣ୍ଡେଣ୍ଟଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଏସ୍.ଭି.ଏମ୍ କଲେଜରେ ପ୍ରବାସୀ ମାନଙ୍କୁ ଟିଫିନ୍,ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନ, ପାନୀୟଜଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଛି।

ଅପରପକ୍ଷରେ ସମ୍ଭାବ୍ୟ ବାତ୍ୟା ‘ଆମ୍ଫାନ୍‌’କୁ ନେଇ ମଧ୍ୟ ଜିଲ୍ଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବାତ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାବେଳେ ପାରାଦ୍ବୀପ ପୌରପରିଷଦ ପକ୍ଷରୁ ମଙ୍ଗଳବାର ମାଇକ୍ ମାଧ୍ୟମରେ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ରକୁ ନଯିବା ପାଇଁ ପ୍ରଚାର ପ୍ରସାର କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.