banner
Breaking

ରାଜ୍ୟରେ ପୁଣି ୪୮ ପଜିଟିଭ୍ ଚିହ୍ନଟ।

0

ଭୁବନେଶ୍ୱର,୧୮/୫(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ପୁଣି ୪୮ଜଣ କେରାନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଆଜି ସକାଳେ ୧୦ଟି ଜିଲ୍ଲାରୁ ୪୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ନୂଆ ଜିଲ୍ଲା ଭାବେ କନ୍ଧମାଳ ଯୋଡ଼ି ହୋଇଛି । ଏହାକୁ ମିଶାଇ ଜିଲ୍ଲା ସଂଖ୍ୟା ୨୩କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ୪୮ଜଣଙ୍କ ମଧ୍ୟରୁ କନ୍ଧମାଳରୁ ୨,ଯାଜପୁର ୧୬, ଗଞ୍ଜାମ ୧୫, ପୁରୀ ୪, କେନ୍ଦ୍ରାପଡ଼ା ୩,ନୟାଗନ ୩, ବଲାଙ୍ଗୀର ୨,ବୌଦ୍ଧ ୧, କଟକ ୧ ଓ ଖୋର୍ଦ୍ଧାରୁ ଜଣେ ଚିହ୍ନଟ ହୋଇଛନ୍ତି ।
କନ୍ଧମାଳ ଜିଲ୍ଲାରୁ ୨ଜଣ । ଯାଜପୁରରେ ୧୬କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୭କୁ ବୃଦ୍ଧଇ ପାଇଛି ସେଥିମଧ୍ୟରୁ ୫୫ଜଣ ସୁସ୍ଥ ହୋଇଛନ୍ତି ଅନ୍ୟ ୮୨ଜଣ ଚିକିତ୍ସିତ ହେଉଛନ୍ତି ।

ଗଞ୍ଜାମ ଆଜିର ୧୫ଜଣଙ୍କୁ ମିଶାଇ ଜିଲ୍ଲାରେ ଆଂକ୍ରାନ୍ତଙ୍କ ସଂଖ୍ୟା ୩୦୭କୁ ବୃଦ୍ଧି ପାଇଛି ସେଥିମଧ୍ୟରୁ ୨ଜଣ ମୃତ୍ୟୁ ବରଣ କରିଛନ୍ତି, ୪୯ଜଣ ସୁସ୍ଥ ହୋଇଛନ୍ତି ଅନ୍ୟ ୨୫୬ଜଣ ଚିକିତ୍ସିତ ହେଉଛନ୍ତି ।

ପୁରୀରୁ ଆଜି ୪ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି ସେଥିମଧ୍ୟରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଅନ୍ୟ ୨୮ଜଣ ଚିକିତ୍ସିତ ହେଉଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲାରେ ଆଜିର ୩ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି ସେଥିମଧ୍ୟରୁ ୨ଜଣ ସୁସ୍ଥ ହୋଇଛନ୍ତି ଅନ୍ୟ ୨୮ଜଣ ଚିକିତ୍ସିତ ହେଉଛନ୍ତି ।

ସେହିପରି ନୟାଗଡ଼ ଜିଲ୍ଲାରେ ଆଜିର ୩ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ବଲାଙ୍ଗୀର ଜିଲ୍ଲାରେ ଆଜିର ୨ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ବୌଦ୍ଧରୁ ଆଜିର ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି ।

ସେହିପରି କଟକଟ ଜିଲ୍ଲାରେ ଆଜିର ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି ସେଥିମଧ୍ୟରୁ ୨ଜଣ ସୁସ୍ଥ ହୋଇଛନ୍ତି ଅନ୍ୟ ୨୧ଜଣ ଚିକିତ୍ସିତ ହେଉଛନ୍ତି ।

ଖୋର୍ଦ୍ଧାରେ ଆଜିର ଜଣେ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦କୁ ବୃଦ୍ଧି ପାଇଛି ସେଥିମଧ୍ୟରୁ ୨ଜଣ ମୃତ୍ୟୁ ବରଣ କରିଛନ୍ତି , ୪୫ଜଣ ସୁସ୍ଥ ହୋଇଛନ୍ତି ଅନ୍ୟ ୧୩ଜଣ ଚିକିତ୍ସିତ ହେଉଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.