ଭୁବନେଶ୍ୱର : (ଓଡ଼ିଆ ନ୍ୟୁଜ୍) ବାଲିପାଟଣା ସ୍ଥିତ ବୁଦ୍ଧକେଶ୍ୱର ମନ୍ଦିର ସଂଲଗ୍ନ ୨୨ ଏକର ପରିମିତ ପଡିଆରେ ସଜାଗ ପକ୍ଷରୁ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅନୁଷ୍ଠାନର ମୁଖ୍ୟ ପ୍ରଶାନ୍ତ ଆଦିତ୍ୟଙ୍କ ସମେତ ଅନୁଷ୍ଠାନର ଶତଧିକ କର୍ମୀ ଏଥିରେ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ଏଠାରେ ୫ ହଜାର ବୃକ୍ଷରୋପଣ କରାଯିବ ବୋଲି କହିଥିଲେ ପ୍ରଶାନ୍ତ । ବନ ବିଭାଗ ପକ୍ଷରୁ ଯଦୁମଣି ଦାସ ୧୫ ଜଣ ବିଭାଗୀୟ କର୍ମଚାରୀଙ୍କ ସହ ଏଥିରେ ସାମିଲ ହୋଇଥିଲେ । ଆଗାମୀ ଦିନରେ ୨ଏକର ଅଧିକ ଜମିରେ ଆମ୍ବ, ପଣସ ଓ ନଡିଆ ଚାରା ରୋପଣ କରାଯିବାର କାର୍ଯ୍ୟକ୍ରମ ରହିବ । ଆଜି ଅଁଳା, ବାହାଡା, ହରିଡା, ବେଲ, ନିମ୍ବ ଓ ବଉଳ ବୃକ୍ଷ ରୋପଣ କରାଯାଇଥିଲା । ଲଗାଯାଇଥିବା ବୃକ୍ଷର ରକ୍ଷଣାବେକ୍ଷଣ ଲାଗି ସଜାଗ ପକ୍ଷରୁ ବେଣୁ ବୋଇଙ୍କୁ ଦାୟିତ୍ୱ ଦିଆଯାଇଛି । କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଯୁବକ, ମହିଳା ଯୋଗଦେଇ ସାଂସଦ ଶ୍ରୀମତି ଷଡଙ୍ଗୀଙ୍କୁ ସହଯୋଗ କରିଥିଲେ ।
Breaking
ଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକଭୁବନେଶ୍ୱର ଉତ୍ତର ପୂଜା ଭସାଣୀ ସମିତି ପ୍ରସ୍ତୁତି ବୈଠକ୧୨ ନଂ ୱାର୍ଡରେ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା କର୍ପୋରେଟର ଜୟନ୍ତୀ ସାହୁଙ୍କ ନିଆରା ଢଙ୍ଗରେ ପୁଜାଭେଟିଭୁବନେଶ୍ୱରରେ ହେବ ବଡ଼ ଡାଣ୍ଡିଆ ଉତ୍ସବ — ଜଶ୍ନେ ଡାଣ୍ଡିଆ
