banner
Breaking

ପୋଲିସ ଓ ଜନତାଙ୍କ ମଧ୍ୟରେ ଗଢ଼ି ଉଠିଲା ମଧୁର ସମ୍ପର୍କ

0

ଭୁବନେଶ୍ୱର (ଓଡ଼ିଆ ନ୍ୟୁଜ୍) ପୋଲିସ ଜନତାଙ୍କ ମଧ୍ୟରେ ଗଢ଼ି ଉଠିବ ଭାଇଚାରାର ସଂପର୍କ, ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସର ଯେତିକି ଭୂମିକା ରହିବ ସେତିକି ଭୂମିକା ମଧ୍ୟ ସାଧାରଣ ଲୋକଙ୍କ ପାଖରେ ରହିବ। ଅସହାୟ, ନିସହାୟ ଓ ଅପରିଚିତ ଲୋକମାନଙ୍କୁ ସାହାଯ୍ୟ ସହାନୁଭୁତିର ହାତ ବଢ଼ାଇବ ପୋଲିସ, ବିଭିନ୍ନ ସଚେତନତା କାର୍ଯ୍ୟକରି ଲୋକଙ୍କ ପ୍ରିୟଭାଜନ ହୋଇପାରିବ । ଏଭଳି ଏକ ଯୋଜନାର ପରିକଳ୍ପନା ହେଉଛି ପୋଲିସ କମିଶନର ସତ୍ୟଜିତ୍ ମହାନ୍ତିଙ୍କ ମାନସ ପୁତ୍ର । ଯାହା ମାଧ୍ୟମରେ ପୋଲିସଙ୍କୁ ଭୟ ଓ ଘୃଣା କରୁଥିବା ଲୋକ ଆଦର କରିବେ । କମିଶନରଙ୍କର ଆମ ପୋଲିସ ସମିତି ଯୋଜନା ଚନ୍ଦ୍ରଶେଖରପୁର ଥାନା ଅତିଥି ଅଭ୍ୟର୍ଥନା କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜୋନ୍ ୬ ଏସିପି ତରୁଣ କାନ୍ତ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଥିଲେ ଆଗରୁ ପିଲା ଖାଇଲେ କି ନଖାଇଲେ ମା’ ପୋଲିସ ଆସିବ କହି ଡରାଉଥିଲେ । ଲୋକମାନଙ୍କ ମଧ୍ୟରେ ପୋଲିସ ପ୍ରତି ଭୟ ରହୁଥିଲା । ଲୋକମାନଙ୍କ ମନରୁ ଏସବୁକୁ ଦୂର କରିବା ପାଇଁ ଏହି ସମିତି ଗଠନ କରାଯାଇଛି । ପୋଲିସ ଲୋକମାନଙ୍କ ପାଖକୁ ଯାଇ ସୁବିଧା ଅସୁବିଧା ବୁଝିବା ସହିତ ସହାୟତା ପ୍ରଦାନ କରିବ । ଏହି ସମିତିରେ ସବୁବର୍ଗର ଲୋକମାନଙ୍କୁ ସାମିଲ୍ କରାଯାଇଛି । ସମାଜସେବୀ ଇଂ ଦିଲିପ୍ ସାହୁଙ୍କ ସହଯୋଗୀତାରେ ଏହି ବୈଠକର ବରିଷ୍ଠ ନାଗରିକ ରବିନ୍ଦ୍ର ମହାନ୍ତି, ଆଇନଜିବୀ ମଧୁ ମାଧବ ଜେନା, ମନମୋହନ ପନାୟକ, ସମରେନ୍ଦ୍ର ସାହୁ, ମହିଳା ସମାଜସେବୀ ପୁଷ୍ପାଞ୍ଜଳି ପାଣି, ଚିନ୍ମୟୀ ବେହେରା, ଲିର୍ଲିପ୍ତା ମହାପାତ୍ର, କମାଣ୍ଡର ଦିନେଶ ସ୍ୱାଇଁ, ଡଃ ଡମ୍ବରୁଧର ଭୂୟାଁ, ପ୍ରମେଶ ସାହୁ, ଦିଲ୍ଲିପ ମହାନ୍ତି, ପ୍ରସନ୍ନ ପାଣି, ସାମ୍ବାଦିକ ସୁକାନ୍ତ ରାଉତ, ବିଦ୍ୟାଧର ବାରିକ, ସତ୍ୟଜିତ୍ ରାଉତଙ୍କ ସମେତ ବିଭିନ୍ନ ସଂଗଠନର ମୁଖ୍ୟ ବ୍ୟକ୍ତି ବିଶେଷ୍ୟ ଯୋଗଦାନ କରିଥିଲେ । ଥାନା ଅଧିକାରୀ କହିଥିଲେ ଯେ ଯେଉଁମାନେ ଥାନାକୁ ଆସିବେ ମୁଁ ଏବଂ ମୋର ସମସ୍ତ କର୍ମଚାରୀ ଆତିଥେୟତା ପ୍ରଦାନ କରିବେ । ଏହି ସମିତି ଦ୍ୱାରା ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିପାଇଁ ନୋଡାଲ ଅଧିକାରୀ ଭାବେ ଅଶ୍ୱିନୀ କୁମାର ଜେନାଙ୍କୁ ନିଯୁକ୍ତି କରାଯାଇଥିଲା । ସେ ସମସ୍ତ କାର୍ଯ୍ୟ ତଦାରଖ କରିବେ । ଶେଷରେ ଶ୍ରୀଯୁକ୍ତ ଜେନା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଶୁଭକାମନା କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.