banner
Breaking

ବିପିୟୁଟି ଓ ଡିପ୍ଲୋମା ଛାତ୍ର ସଙ୍ଗଠନ ପକ୍ଷରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା

0

ଭୁବନେଶ୍ୱର ( ଓଡ଼ିଆ ନ୍ୟୁଜ ) : ବିପିୟୁଟି ଓ ଡିପ୍ଲୋମା ଛାତ୍ର
ସଂଗଠନ ତରଫରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା ଉତ୍ସବ ୟୁନିଟ୍ ୩
ସ୍ଥିତ ଅନ୍ଧମୁକ ବଧିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ
ହୋଇଯାଇଛି । ଛାତ୍ର ସଂଗଠନର ମୁଖ୍ୟ ଉପଦେଷ୍ଟା ବିଜୟ
ବସନ୍ତିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମଧ୍ୟ
ବିଧାୟକ ଅନନ୍ତ ନାରାୟଣ ଜେନା, ଉତର ବିଧାୟକ ସୁଶାନ୍ତ
କୁମାର ରାଉତ ଓ ବାଙ୍କି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ
ମାନପତ୍ର,  ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏଥିସହିତ ଛାତ୍ର ସଂଗଠନର ମୌଳିକ ସମସ୍ୟା ଉପରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ଭୁବନେଶ୍ୱରରେ ବି.ପି.ୟୁ.ଟିର ଏକ ଶାଖା କାର୍ଯ୍ୟାଳୟ ଖୋଲିବା ପାଇଁ ଅନୁରୋଧ କରାଯାଇଥିଲା । ଏହି ବର୍ଣ୍ଣାଢ୍ୟ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଉପଦେଷ୍ଟା ସ୍ମରଜିତ୍ ଆର୍ଯ୍ୟ, ସଭାପତି ମାନସ ରଞ୍ଜନ ସ୍ୱାଇଁ, ସଚିବ ଦିପକ କୁମାର ଦାସ ଓ ମହେନ୍ଦ୍ର ନାୟକ, ଅମୁଲ୍ୟ କର, ସୁଜିତ୍ ରାଉତରାୟ, ସୌରଭ ଶ୍ରୀଚନ୍ଦନ, ପ୍ୟାରିମୋହନ ଜେନା, ଶେଖର ବିଶ୍ୱାଳ, ସାଗର ବିଶ୍ୱାଳ, ଦିବ୍ୟ ରଞ୍ଜନ ଶ୍ରୀଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ । ଉଭୟ ଛାତ୍ର ସଂଗଠନ ପକ୍ଷରୁ ବହୁ ଛାତ୍ର ଯୋଗଦେଇଥିଲେ ।

ଶେଷରେ ସଂଗଠନର ଉପଦେଷ୍ଟା ସମାପ୍ତ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.