ନୂଆଦିଲ୍ଲୀ,୪।୧୨(ବ୍ୟୁରୋ): ଆଇଏନ୍ଏକ୍ସ ମନି ଲଣ୍ଡରିଂ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ବରିଷ୍ଠ ନେତା ପି. ଚିଦାମ୍ବରମ୍ଙ୍କୁ ସୁପ୍ରିମକୋର୍ଟ ବୁଧବାର ଜାମିନ ପ୍ରଦାନ କରିଛନ୍ତି। ଜାମିନ ମିଳିବା ପରେ ସନ୍ଧ୍ୟାରେ ପୁଅ କାର୍ତ୍ତି ଚିଦାମ୍ବରମ୍ଙ୍କୁ ନେବା ପାଇଁ ତିହାର ଜେଲରେ ପହଞ୍ଚିଛନ୍ତି। ଅନ୍ୟପଟେ ସ୍ବାଗତ କରିବା ପାଇଁ ତାଙ୍କ ସମର୍ଥକ ମଧ୍ୟ ଜେଲ ବାହାରେ ଭିଡ ଜମାଇଛନ୍ତି। ଭିଡକୁ ଦୃଷ୍ଟିରେ ରଖି ଜେଲ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ ସମସ୍ତ କାଗଜପତ୍ର ଯାଞ୍ଚ ପରେ ଚିଦାମ୍ବରମ୍ ଜେଲରୁ ମୁକୁଳିବେ ବୋଲି କୁହାଯାଉଛି। ୧୦୬ ଦିନ ପରେ ସେ ଘରକୁ ଫେରୁଥିବାରୁ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଗୁରୁବାର ସଂସଦ କାର୍ଯ୍ୟରେ ଚିଦାମ୍ବରମ୍ ସାମିଲ ହେବେ ବୋଲି କଂଗ୍ରେସ ପକ୍ଷରୁ ସୂଚନା ମିଳିଛି।
Breaking
ଚନ୍ଦ୍ରଶେଖରପୁରରେ ମହାଆଡମ୍ବରରେ ପାଳିତ ହେବ ଶ୍ରୀରାମ ନବମୀ ଉତ୍ସବଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛି
