ସୁନ୍ଦରଗଡ,୨୫।୧(ବ୍ୟୁରୋ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକର ଦଲକି ପଞ୍ଚାୟତରେ ଜଣେ ସମିତି ସଭ୍ୟ ପ୍ରାର୍ଥୀଙ୍କର ୨ସ୍ତ୍ରୀ ଓ ୯ସନ୍ତାନ ଥାଇ ମଧ୍ୟ ପ୍ରାର୍ଥତ୍ପତ୍ର କାଏମ ରହିଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ପ୍ରାର୍ଥତ୍ପତ୍ର ନାକଚ କରା ନ ଯିବା ପ୍ରତିବାଦରେ ସୋମବାର କଂଗ୍ରେସ ପକ୍ଷରୁ କୁଆଁରମୁଣ୍ଡା ବ୍ଲକ ସମ୍ମୁଖରେ ବିକ୍ଷୋଭ କରାଯାଇଛି। ସୁନ୍ଦରଗଡ଼ ଜିଲା କଂଗ୍ରେସ ସଭାପତି ତଥା ବୀରମିତ୍ରପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଅପରାହ୍ନ ୩ଟାରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଶାସନ ବିରୋଧରେ ବିଭିନ୍ନ ନାରାବାଜି ଦେଇଥିଲେ।
ପୂର୍ବତନ ବିଧାୟକ ତିର୍କୀ କୁଆଁରମୁଣ୍ଡା ବିଡିଓ ବିକାଶ ଚନ୍ଦ୍ର ସାହୁଙ୍କୁ ଉକ୍ତ ଘଟଣା ସମ୍ପର୍କରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଥିଲେ। ଏପରି କି ପ୍ରାର୍ଥୀଙ୍କର ଚିହ୍ନ ଆସିବା ପୂର୍ବରୁ ଉକ୍ତ ବେନିୟମ ଘଟଣା ଉପରେ ନିରପେକ୍ଷ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି କଂଗ୍ରେସ ନେତାମାନେ ଦାବି କରିଛନ୍ତି। ନଚେତ୍ ଏଭଳି ବେଆଇନ କାର୍ଯ୍ୟ ବିରୋଧରେ ଆଗାମୀ ଦିନରେ କଂଗ୍ରେସ ପକ୍ଷରୁ କୁଆଁରମୁଣ୍ଡା ବ୍ଲକ ଘେରାଉ କରାଯିବ ବୋଲି ଜିଲା କଂଗ୍ରେସ ଉପସଭାପତି ବିରେନ୍ ସେନାପତି, ସାହିଦ୍ ଆଲମ, କୁଆଁରମୁଣ୍ଡା ବ୍ଲକ କଂଗ୍ରେସ ସଭାପତି ଜୟଶଙ୍କର ନନ୍ଦ, ସୁଷମା ମିଞ୍ଜ, ଶ୍ୟାମବିହାରି ଜୟସ୍ବାଲ, ଉର୍ମିଳା କୁଜୁର, ନିମନ୍ତୀ ଏକ୍କା ପ୍ରମୁଖଙ୍କ ସହ ଅନ୍ୟମାନେ ଚେତାବନୀ ଦେଇଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବୀରମିତ୍ରପୁର ଏସ୍ଡିପିଓ ଦାୟିତ୍ୱରେ ଥିବା ଡିଏସ୍ପି ଅର୍ପିତା ଖଟୁଆ, ରାଏବୋଗା ଥାନା ଅଧିକାରୀ ସୂର୍ଯ୍ୟକାନ୍ତି ଦାଶ, ହାତୀବାରି ଥାନା ଅଧିକାରୀ ହୃଷୀକେଶ ବେହେରାଙ୍କ ସହ ଏକ ପ୍ଲାଟୁନ ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ରହିଥିଲେ।
କୁଆଁରମୁଣ୍ଡା ବ୍ଲକ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦଲକି ପଞ୍ଚାୟତର ଜଣେ ସମିତି ସଭ୍ୟ ପ୍ରାର୍ଥୀଙ୍କର ୨ଟି ସ୍ତ୍ରୀ ଓ ୯ ସନ୍ତାନ ଥିବା ନେଇ ଅନ୍ୟ ଜଣେ ପ୍ରାର୍ଥୀ ଅଭିଯୋଗ କରିଥିଲେ। ହେଲେ ନିର୍ବାଚନ ଅଧିକାରୀ ଏନେଇ ପଦକ୍ଷେପ ନେବା କହି ସମ୍ପୃକ୍ତ ଅଭିଯୋଗକାରୀଙ୍କୁ ଆଶ୍ୱାସନା ଦେଇଥିଲେ। ସମ୍ପୃକ୍ତ ପ୍ରାର୍ଥୀଙ୍କର ପ୍ରାର୍ଥିତ୍ୱ କାଏମ ରହିଥିବା ଖବର ପାଇ ସମ୍ପୃକ୍ତ ଅଭିଯୋଗକାରୀ ଆଶ୍ଚର୍ଯ୍ୟ ହୋଇଥିଲେ। ଏହି ଘଟଣା କଂଗ୍ରେସ ନେତାଙ୍କ ନଜରକୁ ଆସିବା ପରେ ପ୍ରଶାସନର କାର୍ଯ୍ୟକୁ ଦଳ ବିରୋଧ କରିଛି।
Breaking
କୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକ
