banner
Breaking

ଜାନୁୟାରୀ ୩୧ରେ ରାଷ୍ଟ୍ରପତି ପାର୍ଲାମେଣ୍ଟର ଉଭୟ ସଦନକୁ ସମ୍ବୋଧିତ କରିବେ

0

ନୂଆଦିଲ୍ଲୀ : ଜାନୁୟାରୀ ୩୧ରୁ ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆରମ୍ଭ ହେଉଥିବା ବେଳେ କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଲୋକ ସଭା ଓ ରାଜ୍ୟ ସଭା ଅଲଗା ସମୟରେ କରିବାକୁ ନିଷ୍ପତ୍ତି ହୋଇଛି।

ଫେବୃୟାରୀ ୧ରେ ବଜେଟ ଉପସ୍ଥାପନ ଲାଗି ଲୋକ ସଭା ପୂର୍ବାହ୍ନ ୧୧ରେ ଆରମ୍ଭ ହେବ। ଫେବୃୟାରୀ ୨ରୁ ୧୧ ତାରିଖ ଅପରାହ୍ନ ୪ରୁ ରାତି ୯ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି। ଅଧିବେଶନ ସମୟରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଲାଗି ଉଭୟ ଗୃହର ଚାମ୍ବର ଓ ଗ୍ୟାଲେରିରେ ମଧ୍ୟ ସଦସ୍ୟମାନେ ବସିବା ବ୍ୟବସ୍ଥା ହେବ। ରାଜ୍ୟ ସଭା ଅଧିବେଶନ ସମୟ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଏହା ପୂର୍ବାହ୍ନ ୯ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିପାରେ ବୋଲି କୁହାଯାଉଛି। ଜାନୁୟାରୀ ୩୧ରେ ରାଷ୍ଟ୍ରପତି ପାର୍ଲାମେଣ୍ଟର ଉଭୟ ସଦନକୁ ସମ୍ବୋଧିତ କରିବେ। ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୪ରୁ ଏପ୍ରିଲ ୮ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ସମୟ ସ୍ଥିର ହୋଇନାହିଁ।

Khansweb Solution Bhubaneswar

Leave A Reply

Your email address will not be published.