banner
Breaking

ଆସନ୍ତା କାଲିଠାରୁ ବଢିବ ଶୀତ

0

ନୂଆଦିଲ୍ଲୀ,୨୫ ।୧: ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଓ ମଧ୍ୟ ଭାରତରେ ଶୀତର ପ୍ରକୋପ ବଢିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଆଇଏମଡିର ସୂଚନା ଅନୁଯାୟୀ, ୨୬ ଜାନୁୟାରୀ ପରେ ଶୀତ ବଢିବ ବୋଲି ଅନୁମାନ କରାଯାଇଛି । ଏହି ସମୟରେ ବର୍ଷାର ସମ୍ଭାବନା ନାହିଁ । ଆଇଏମ୍‌ଡିର ବରିଷ୍ଠ ବୈଜ୍ଞାନିକ ଆର୍ କେ ଜେନାମଣି କହିଛନ୍ତି ଏବେ ବର୍ଷାର ସମ୍ଭାବନା ନାହିଁ ହେଲେ ଶୀତ ଲହରି ଜାରି ରହିବ ।
ସେ ଆହୁରି ମଧ୍ୟ କହିଛନ୍ତି ଦିଲ୍ଲୀ, ପଞ୍ଜାବ ଓ ହରିୟାଣାରେ ଫେବୃୟାରୀ ୨ ପର୍ଯ୍ୟନ୍ତ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦିଲ୍ଲୀ ସମେତ ଉତ୍ତର ପ୍ରଦେଶ, ହରିୟାଣା ପଞ୍ଜାବ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ଗୁଜରାଟ ଓ ରାଜସ୍ଥାନର ତାପମାତ୍ରା ଆଗାକୀ ୫ ଦିନ ମଧ୍ୟରେ ୩-୫ ଡିଗ୍ରୀ ପର୍ଯ୍ୟନ୍ତ କମ୍ ହୋଇପାରେ । ୨୫-୨୬ ଜାନୁୟାରୀରେ ପୂର୍ବ ଭାରତରେ ହାଲକା କୁହୁଡି ହୋଇପାରେ । ସେହିପରି ୨୮-୩୦ ଜାନୁୟାରୀକୁ ତାମିଲନାଡୁ ଓ କେରଳରେ ସାମାନ୍ୟ ବର୍ଷାର ସମ୍ଭାବନା ରହିଛି ।

Khansweb Solution Bhubaneswar

Leave A Reply

Your email address will not be published.