ଓଡିଶାକୁ ୧୦ ସ୍ୱର୍ଣ୍ଣ,୪ ରୌପ୍ୟ ଓ ୬ କାଂଶ୍ୟ ପଦକ ଜାତୀୟ ସ୍ତରୀୟ ଟୋଙ୍ଗ-ଇଲ୍-ମୁଁ-ଡୁ ଚମ୍ପିଆନସିପ୍
ଭୁବନେଶ୍ୱର: ଟୋଙ୍ଗ-ଇଲ୍-ମୁଁ-ଡୁ ଫେଡେରେସନ୍ ପକ୍ଷରୁ ଅନୁଷ୍ଠିତ ଅଷ୍ଟମ ଜାତୀୟ ସ୍ତରୀୟ ଟୋଙ୍ଗ-ଇଲ୍-ମୁଁ-ଡୁ ଚମ୍ପିଆନ୍ସିପରେ ଓଡିଶା ୧୦ଟି ସ୍ୱର୍ଣ୍ଣ ୪ଟି ରୌପ୍ୟ ଓ ୬ଟି କାଂସ୍ୟ ପଦକ ଜିତି ଦ୍ୱିତୀୟ ସ୍ଥାନ ହାସଲ କରିଛି । ମହାରଷ୍ଟ୍ରର ଇଷ୍ଟିମେଡ୍ ଡିଭାଇନ୍ ସ୍ପୋର୍ଟସ କମ୍ପେ୍ଲକ୍ସ, ମିନତାଇ ଠାକେର୍ ଷ୍ଟାଡିୟମ, ହିରାଓାଡି, ପବାଟି ଓ ନାସିକ ଷ୍ଟାଡିୟମ ଠାରେ ତିନି ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ଚମ୍ପିଆନ୍ସିପ୍ରେ ଓଡିଶାରୁ କୋଚ୍ ଆଶୁତୋଷ ବଳିୟାରସିଂ, ରଶ୍ମିରେଖା ମହାନ୍ତି, ରାଧାବହ୍ଲବ ରାୟ ଓ ମ୍ୟାନେଜର ଲଲାଟ କୁମାର ପରିଡାଙ୍କ ନେତୃତ୍ୱରେ ୩୫ ଜଣ ପ୍ରତିଯୋଗୀ ଏବଂ ରେଫରୀ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ରୁତୁପୂର୍ଣ୍ଣା ବାରିକ, ତନିଷ୍ଠା ପାଣିଗ୍ରାହୀ, ଆୟୁଷ ବଳିୟାରସିଂ, ଆଶୁତୋଷ ପଟ୍ଟନାୟକ, ପ୍ରିୟଙ୍କା ପ୍ରିୟଦର୍ଶନୀ ମହାପାତ୍ର, ଅନୁରାଗ ନନ୍ଦ, ବୈଶାକ୍ଷୀ ପାଣି, ପ୍ରଣବ କୁମାର ଦାଶ, ରୁପାଲି ବେହେରା, ଅମିତ କୁମାର ରାୟ ସ୍ୱର୍ଣ୍ଣ ପଦକ, ଇମନ୍ ମହାନ୍ତି, କୌସିକ କିରଣ ଶତପଥୀ, ଅର୍ଚ୍ଚନା ମିଶ୍ର, ଅଂଶୁମାନ ମିଶ୍ର ରୌପ୍ୟ ଓ ଅନୁଷା ପଟ୍ଟନାୟକ,ଆଶୁତୋଷ ପରିଡା,ନିଶାନ୍ତ ପାଇକରାୟ, ରାଜଦୀପ୍ ପ୍ରଧାନ, ଶୁଭମ୍ ମାର୍ଥା କାଂସ୍ୟ ପଦକ ଜିତି ଓଡିଶା ପାଇଁ ଗୌରବ ଆଣିଛନ୍ତି । ଏହି ଅବସରରେ ଫେଡେରେସନର ସଭାପତି ରବି ନାରାୟଣ ରାଉତରାୟ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।