banner
Breaking

ରାଜ୍ୟ ସ୍ତରରେ ଚମ୍ପିଆନ୍ ହୋଇ ଜାତୀୟ ସ୍ତରକୁ ମନୋନୀତ ୧୪ ବର୍ଷରୁ କମ କବାଡି ପ୍ରତିଯୋଗୀତା

0

ଭୁବନେଶ୍ୱର : କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଓଡିଶା ଭୁବନେଶ୍ୱର ରିଜନରେ ରାଜ୍ୟ ବିଦ୍ୟାଳୟ ସ୍ତରୀୟ ୧୪ ବର୍ଷରୁ କମ୍ ମହିଳା କବାଡି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶାର ପ୍ରତ୍ୟେକ କେନ୍ଦରୀୟ ବିଦ୍ୟାଳୟର ଟିମ୍ ଅଂଶଗ୍ରହଣ କରିଥିଲେ । ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ୨ ଟିମ୍ ଚମ୍ପିଆନ୍ ହୋଇ ସ୍ୱର୍ଣ୍ଣ ପଦକ ଜିତିବା ସହିତ ଜାତୀୟ ସ୍ତରୀୟ ପ୍ରତିଯୋଗୀତା ପାଇଁ ମନୋନୀତ ହୋଇଛି । ଓମ୍ ରାନୀ ପରିଡାଙ୍କ ନେତୃତ୍ୱରେ ଟିମ୍ ଖେଳି ଆରମ୍ଭରୁ ଶେଷ ଯାଏ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲା । ଏହି ଟିମ୍ ଆଗାମୀ ୧୫ ତାରିଖରେ ମଧ୍ୟପ୍ରଦେଶର ଗୋଆଲିଅର ଠାରେ ହେବାକୁ ଥିବା ଜାତୀୟ ସ୍ତରୀୟ ପ୍ରତିଯୋଗୀତାରେ ଭାଗ ନେବା ପାଇଁ ଆଜି ଭୁବନେଶ୍ୱରରୁ ଗୋଆଲିଅର ଅଭିମୁଖେ ଯାତ୍ରା କରିଛନ୍ତି । ଏହି ୧୨ ଜଣିଆ ମହିଳା ଟିମ୍‌ରେ ଓମ୍ ରାନୀ ପରିଡା, ଅକ୍ଷରା ଛେତ୍ରୀ, ରିତିକା ସାହୁ, ଅନ୍ୱେଶିତା ପଣ୍ଡା,ରେଶମା, ଅଂଶିକା, ଅନନ୍ୟା, ସ୍ୱୟମ ସଂପୂର୍ଣ୍ଣା, ଆଦ୍ୟା, ସାଲିନୀ ଓ ଶ୍ୱସ୍ତିକା ରହିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.