banner
Breaking

କମ୍ରେଡ କ୍ଷେତ୍ରବାସୀ ପ୍ରଧାନଙ୍କ ପରଲୋକ

0

କେନ୍ଦ୍ରାପଡା : ବରିଷ୍ଠ ରାଜନେତା କମ୍ରେଡ କ୍ଷେତ୍ରବାସୀ ପ୍ରଧାନଙ୍କର ୭୮ ବର୍ଷ ବୟସରେ କଟକ ଏସସିବି ହସ୍ପିଟାଲରେ ପରଲୋକ ଘଟିଛି । ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଚନ୍ଦନନଗର ଗ୍ରମ ପାୟତର ଚନ୍ଦନନଗର ନିବାସୀ ଶ୍ରୀଯୁକ୍ତ ପ୍ରଧାନ ଚାରିଦିନ ତଳେ ରାତିରେ ଖାଇପିଇ ସାରି ଶୋଇବାକୁ ଯିବା ସମୟରେ ହଠାତ୍ ବ୍ରେନ୍‌ଷ୍ଟ୍ରୋକ୍ ହୋଇଥିଲା । ତୁରନ୍ତ ତାଙ୍କୁ କେନ୍ଦ୍ରାପଡା ହସ୍ପିଟାଲ ଓ ପରେ କଟକ ବଡ ମେଡିକାଲ୍‌କୁ ଅଣାଯାଇ ଚିକିତ୍ସା ଜାରି ରହିଥିଲା । ସେଠାରେ କଟକ ମେୟର ସୁବାଷ ସିଂ ପହି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ଉନ୍ନତ ଚିକିତ୍ସା ପାଇଁ ଡାକ୍ତର ମାନଙ୍କୁ କହିଥିଲେ । ସମସ୍ତ ଡାକ୍ତରଙ୍କ ଶତ ଚେଷ୍ଟା ସତ୍ୱେ ବିଫଳ ହୋଇଥିଲେ । ଗତକାଲି ଶ୍ରୀଯୁକ୍ତ ପ୍ରଧାନ ଇହଲିଳା ସମ୍ବରଣ ପରିଥିଲେ । ସେ ଜଣେ ମେଳାପି, ପରୋପକାରୀ, ମିଷ୍ଠଭାଷୀ ଏବଂ ପ୍ରଚଣ୍ଡ ପ୍ରତିଭାଧାରୀ ରାଜନେତା ଭାବରେ ସ୍ଥାନୀୟ ଅଳରେ ବେସ୍ କ୍ଷ୍ୟାତି ଅର୍ଜନ କରିଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଳରେ ଶୋକର ଛାୟା ଖେଳି ଯାଇଛି । ମୃତ୍ୟୁ ଖବର ପାଇ ପାୟତର ସମିତି ସଭ୍ୟ ମାନସ ମଲ୍ଲିକ, ସରପ ବନୋଜ ସେଠୀ, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ବରିଷ୍ଠ ନେତା ସୁରେଶ ପଣ୍ଡାଙ୍କ ସମେତ ଗାଁର ମୁରବୀ ଓ ଆଖପାଖ ଅଳର ବହୁ ରାଜନେତା ତାଙ୍କ ବାସଭବନରେ ପହି ଶେଷ ଦର୍ଶନ କରିବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ଶେଷରେ ଗ୍ରାମ ମସାଣିରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା ।

Khansweb Solution Bhubaneswar

Leave A Reply

Your email address will not be published.