୧୦୦ଟି ସ୍କୁଲକୁ ଉନ୍ନତିକରଣ କରାଯିବ
ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ଶିକ୍ଷା ବର୍ଷରୁ ୧୦୦ଟି ହାଇସ୍କୁଲକୁ +୨କୁ ଉନ୍ନୀତ କରାଯିବ। ବିଶେଷ କରି ରାଜ୍ୟର ଯେଉଁ ସବୁ ବ୍ଲକରେ ଯୁକ୍ତ ଦୁଇ କଲେଜ୍ ନାହିଁ ସେହି ସବୁ ବ୍ଲକରେ ହାଇସ୍କୁଲ ଗୁଡ଼ିକୁ ଉନ୍ନୀତ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ସେ କହିଛନ୍ତି ଯେ ରାଜ୍ୟର କେତେକ ବ୍ଲକରେ +୨ କଲେଜ ନ ଥିବାରୁ ମାଟ୍ରିକ ପାସ ପରେ ପିଲାମାନେ ପାଠ ଛାଡୁଥିବା ଜଣାପଡିଛି। ସେହି ସବୁ ଅଂଚଳର ଛାତ୍ରୀଙ୍କ ପାଇଁ ଦୂରଦୂରାନ୍ତକୁ ଯାଇ ପାଠ ପଢିବା ସମ୍ଭବ ହେଉନଥିବାରୁ ଆଗାମୀ ଦିନରେ ସେମାନଙ୍କ ପାଇଁ ସୁବିଧା ହେବ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି।