ଭୁବନେଶ୍ବର: କଂଗ୍ରେସର ହାତ ଧରିଲେ ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ । ଭୁବନେଶ୍ୱର କଂଗ୍ରେସ ଭବନରେ ଆୟୋଜିତ ମିଶ୍ରର୍ଣ ପର୍ବରେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦେଇଛନ୍ତି ସତ୍ୟପ୍ରକାଶ ।ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ ଦିନ ୧୧ ଘଟିକା ସମୟରେ ଶତାଧିକ ସମର୍ଥକଙ୍କ ଗହଣରେ ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନରେ ପହଂଚିଥିଲେ । କଂଗ୍ରେସ କାର୍ୟ୍ୟାଳୟରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ଶ୍ରୀ ନାୟକଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ କଂଗ୍ରେସ ଦଳକୁ ବିଧିବଦ୍ଧ ଭାବେ ସ୍ୱାଗତ କରିଥିଲେ ।କଂଗ୍ରେସରେ ଯୋଗଦାନ ପରେ ସତ୍ୟ ପ୍ରକାଶ କହିଛନ୍ତି କଂଗ୍ରେସ ଦଳରେ ଯୋଗଦେଇ ମୁଁ ଗର୍ବ ଅନୁଭବ କରୁଛି। ବିରାଦରି ନୁହଁ ବିଚାରର ହେବ ରାଜନୀତି । ଦୁର୍ନୀତି ଯୋଗୁଁ ଓଡିଶାର ବିକାଶ ହୋଇପାରୁନାହିଁ । ବିକାଶ ନାମରେ ବିଜେଡି ଓ ବିଜେପି ପ୍ରବଞ୍ଚନା କରୁଛନ୍ତି। ଲୋକମାନଙ୍କୁ ଭୂତାଇ ଚାଲିଥିବା ଏହି ଦୁଇ ଦଳର ଅସଲ ରୂପ ପର୍ଦ୍ଦାଫାଶ କରାଯିବ ବୋଲି ସତ୍ୟ ପ୍ରକାଶ କହିଥିଲେ।
Breaking
ଚନ୍ଦ୍ରଶେଖରପୁରରେ ମହାଆଡମ୍ବରରେ ପାଳିତ ହେବ ଶ୍ରୀରାମ ନବମୀ ଉତ୍ସବଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛି
