ରତ୍ନ ଭଣ୍ଡାର ଚାବି ହଜିବା ଘଟଣାର ଶୁଣାଣି
କଟକ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ଯେଉଁ ନ୍ୟାୟିକ ତଦନ୍ତ ହୋଇଥିଲା, ତାର ରିପୋର୍ଟ ସାର୍ବଜନୀନ କରିବା ଉଦ୍ଦେଶ୍ୟରେ ଦାୟର ମାମଲାର ମଙ୍ଗଳବାର ଶୁଣାଣି ହୋଇଛି । ମାମଲାର ଦୁଇ ପକ୍ଷ ମୁଖ୍ୟ ଶାସନ ସଚିବ ଏବଂ ଆଇନ ବିଭାଗର ସଚିବଙ୍କୁ ଏସଂକ୍ରାନ୍ତରେ ହାଇକୋର୍ଟ ଜବାବ ତଳବ କରିଛନ୍ତି । ଜୁଲାଇ ୧୦ ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ଲାଗି ଜଷ୍ଟିସ ରଘୁବୀର ଦାସ କମିଶନ ନିଯୁକ୍ତ ହୋଇଥିଲେ । ତେବେ ତଦନ୍ତ ସରିଥିଲେ ମଧ୍ୟ ଏହାର ରିପୋର୍ଟ ସାର୍ବଜନୀନ ହୋଇନାହିଁ । ଯଦ୍ୱାରା ରତ୍ନଭଣ୍ଡାର ମରାମତି ହୋଇପାରୁନି ଏବଂ ଭଣ୍ଡାରରେ କେତେ ରତ୍ନ ଅଛି ତାର ତାଲିକା ମଧ୍ୟ ପ୍ରସ୍ତୁତ ହୋଇପାରୁନି ।