ଆର୍ଥିକ କ୍ଷେତ୍ରରେ ଭାରତ ଏକ ନମ୍ବର ହେବ : ରାଷ୍ଟ୍ରପତି
ଭୁବନେଶ୍ୱର,୧୦ା୨(ବ୍ୟୁରୋ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ଉତ୍କଳ ମଣ୍ଡପଠାରେ ଆୟୋଜିତ ଜ୍ଞାନପ୍ରଭା ମିଶନର ଦ୍ବିତୀୟ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି। ସେ କହିଛନ୍ତି, ଆଜିର ସମାଜରେ ଆଧ୍ୟାତ୍ମିକତା ବିକାଶ ହେବା ଦରକାର। ଆଜି ଭାରତ ଆର୍ଥିକ ବିକାଶ କ୍ଷେତ୍ରରେ ବିଶ୍ବର ପଞ୍ଚମ ସ୍ଥାନରେ ରହିଛି। ଆମେ ଦିନେ ଆର୍ଥିକ ବିକାଶରେ ସାରା ବିଶ୍ବରେ ପ୍ରଥମ ସ୍ଥାନରେ ରହିବା। ନିଜର ବ୍ୟକ୍ତିଗତ ଅନୁଭୂତିରୁ ସେ କହିଛନ୍ତି, ଗୋଟିଏ ସମୟରେ ମୁଁ ମାନସିକ ଏବଂ ଶାରୀରିକ ଭାବେ ଭାଙ୍ଗି ପଡ଼ିଥିଲି। ଏହି ସମୟରେ ମୁଁ ଯୋଗକୁ ଆପଣାଇଥିଲି। ସେହି ଯୋଗ ପାଇଁ ଆଜି ମୁଁ ଏଠି ଛିଡ଼ାହୋଇଛି, ଆପଣଙ୍କ ସହ କଥା ହେଉଛି।
ଆଜିର ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଏମ୍ସି ମେୟର ସୁଲୋଚନା ଦାସ ଓ ଜ୍ଞାନପ୍ରଭା ମିଶନର ସଭାପତି ଜ୍ୟୋତିର୍ମୟୀ ମିଶ୍ର ପ୍ରମୁଖ ସାମିଲ ଥିଲେ।

**mitolyn**
Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.