banner
Breaking

ପଟ୍ଟାମୁଣ୍ଡାଇ ତଳ ରାସ୍ତାରେ ବସ୍ ଚଳାଚଳ ନେଇ ତେଜିଲା ଆନ୍ଦୋଳନ

1

ପଟ୍ଟମୁଣ୍ଡାଇ : ପଟ୍ଟାମୁଣ୍ଡାଇରୁ ରାଜନଗରକୁ ସଂଯୋଗ କରୁଥିବା ଉପର ଏବଂ ତଳ ରାସ୍ତାରେ ବସ ଚଳାଚଳକୁ ନେଇ ଦୀର୍ଘଦିନ ହେବ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଶୁକ୍ରବାର ରାଜନଗର-ପଟ୍ଟାମୁଣ୍ଡାଇ ମୁଖ୍ୟ ରାସ୍ତାର ମଦନପୁର କଲେଜ ଛକ ନିକଟ ତଳ ରାସ୍ତାରେ ଉପରେ ନିର୍ଭର କରୁଥିବା ଲୋକମାନେ ବସ୍‌ ଚାଲିବା ଦାବିରେ ରାସ୍ତାରୋକୋ କରିଥିଲେ। ତଳ ରାସ୍ତା ଉପରେ ନିର୍ଭର କରୁଥିବା ଚନ୍ଦନନଗର, ଗୋପ୍ତିରା, ଦଳବାଡ, ଦେଉଳି, ବାଲିଆ, ବନ୍ତପାଟଣା, ସଂସାରଫଳ, ରେସୁଅ, ବଡପାଳ, ସିଙ୍ଗାରପୁର, ଔପଦା, ବିଲିକଣା, ଗରା, ବୁହଁ।ଳ ପ୍ରଭୃତି ଗ୍ରାମର ଶତାଧିକ ଲୋକେ ଏହି ରାସ୍ତାରୋକୋରେ ସାମିଲ ହୋଇଥିଲେ। ଯୁବ ସଙ୍ଗଠକ ନିରୋଦ କୁମାର ଦାସ, ଶ୍ରମିକ ନେତା ଈଶ୍ୱର ମଲ୍ଲିକ, କୃଷ୍ଣଚନ୍ଦ୍ର କର, ଅଲେଖ କୁମାର ବେହେରା, ବସନ୍ତ ମଲ୍ଲିକଙ୍କ ନେତୃତ୍ୱରେ ଭୋର ସାଢେ ୫ଟାରୁ ମଦନପୁର କଲେଜ ଛକ ନିକଟରେ ରାସ୍ତାରୋକୋ କରିଥିଲେ। ସକାଳ ହେବା କ୍ଷଣି ତଳରାସ୍ତାରେ ନିର୍ଭର କରୁଥିବା ବିଭିନ୍ନ ଗ୍ରାମର ଯୁବକ, ଛାତ୍ର ଏବଂ ଲୋକମାନେ ସାମିଲ ହୋଇଥିଲେ। ରାଜନଗରରୁ ପୁରୀ କଟକ ଅଭିମୁଖେ ଯାଉଥିବା ଦ୍ୱିବେଦୀ ଟ୍ରାଭେଲ୍ସ, ପ୍ରିନ୍ସ, ଚନ୍ଦ୍ରମଉଳି, ମହେଶ ପ୍ରଭୃତି ବସଗୁଡିକୁ ଧାରଣାରେ ବସିଥିବା ଲୋକମାନେ ଅଟକାଇ ଥିଲେ। ବର୍ତ୍ତମାନ ଦଶମ ଶ୍ରେଣୀ ଏବଂ କଲେଜରେ ପରୀକ୍ଷା ଥିବାରୁ ସେମାନଙ୍କୁ ଏହି ରାସ୍ତାରୋକୋ ସମୟରେ ଛଡାଯିବା ସହ ଅତ୍ୟାବଶକ ସାମଗ୍ରୀ ଆଣୁଥିବା ଗାଡିଗୁଡିକୁ ଛଡା ଯାଇଥିଲା। ଖବରପାଇ ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ ସନ୍ଧ୍ୟାରାଣୀ ବେଉରିଆ, ତହସିଲଦାର ଦିଲୀପ କୁମାର ସେଠୀ, ଆଇଆଇସି ତପନ କୁମାର ରାଉତ, କେନ୍ଦ୍ରାପଡ଼ା ଆରଟିଓ ପି.କେ. ନାୟକ ପ୍ରମୁଖ ଧାରଣାସ୍ଥଳରେ ପହଞ୍ଚତ୍ ଥିଲେ। ପରେ ମଦନପୁର ମହାବିଦ୍ୟାଳୟ ପରିସରରେ ଏହାର ସମାଧାନ ପାଇଁ ଏସ୍‌ଡିପିଓ ବେଉରିଆଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ବୈଠକରେ ତଳ ଏବଂ ଉପର ରାସ୍ତାରେ ଯାତାୟାତ କରୁଥିବା ବସ୍‌ଗୁଡିକ ମଧ୍ୟରୁ ଯେଉଁ ବସ୍‌ ମାଲିକମାନେ ତଳ ରାସ୍ତାର ଯାତାୟାତ ପାଇଁ ସ୍ଥାୟୀ ପରିମିଶନ ଆଣିବେ, ସେହିମାନେ ହିଁ ତଳ ରାସ୍ତାରେ ଯିବାକୁ ସୁଯୋଗ ପାଇବେ ବୋଲି ନିଷ୍ପତ୍ତି ନିଆଯାଇଥିଲା। ସେ ପର୍ଯ୍ୟନ୍ତ ତଳରାସ୍ତାରେ ଯାତାୟାତ କରୁଥିବା ବସ୍‌ଗୁଡିକ ସେମାନଙ୍କ ଅସ୍ଥାୟୀ ପରିମିଟ୍‌ ମାଧ୍ୟମରେ କରାଯିବ ବୋଲି ସହମତି ପ୍ରକାଶ ପାଇଥିଲା।

Khansweb Solution Bhubaneswar
1 Comment
  1. mitolyn reviews says

    **mitolyn reviews**

    Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.

Leave A Reply

Your email address will not be published.