banner
Breaking

ପଥରଗାଡିଆ ମୌଜା ଲିଜ୍ ପ୍ଲଟର ସ୍ଥାୟୀ ପଟ୍ଟା ନିମନ୍ତେ ଦାବି

1

ଭୁବନେଶ୍ୱର – ପଥରଗାଡିଆ ମୌଜା ସ୍ଥିତ ଲିଜ୍ ପ୍ଲଟର ସ୍ଥାୟୀ ପଟ୍ଟା ନିମନ୍ତେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ସାମ୍ବାଦିକ ସମ୍ମିଳନୀ ଜରିଆରେ ଅନୁରୋଧ କରିଛନ୍ତି ପଥର ଗାଡିଆ ଶିଖରଚଣ୍ଡୀ ବିହାର ଉନ୍ନୟନ ପରିଷଦ। ଆଜି ପଥର ଗାଡିଆ ଶିଖରଚଣ୍ଡୀ ଉନ୍ନୟନ ପରିଷଦ ପକ୍ଷରୁ ଶିଖରଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ପରିଷଦର କର୍ମକର୍ତ୍ତା ଓ ସମସ୍ତ ସଭ୍ୟ ଉପସ୍ଥିତ ରହି ଲିଜ୍ ପ୍ଲଟର ସ୍ଥାୟୀ ପଟ୍ଟା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବଙ୍କ ଉଦ୍ଦେଶ୍ୟରେ ଏକ ଅନୁରୋଧ ପତ୍ର ପ୍ରଦାନ କରିଥିଲେ। ପରିଷଦର କର୍ମକର୍ତ୍ତାମାନେ କହିଥିଲେ ଯେ ପଥର ଗାଡିଆ ମୌଜା ଅନ୍ତର୍ଗତ ଶିଖରଚଣ୍ଡୀ ବିହାରରେ ଆମ୍ଭେମାନେ ଲିଜଧାରୀଙ୍କ ଠାରୁ ଜମି କିଣି ଦୀର୍ଘ ବର୍ଷ ହେବ ରାଜ୍ୟ ସରକାରଙ୍କୁ ଖଜଣା ପାଉତି କାଟିବା ସହ ଟିକସ ଦେଇ ଆସୁଛୁ। ଏଠାରେ ସ୍ଥାୟୀ ଗୃହ ନିର୍ମାଣ କରିବା ସହିତ ସପରିବାର ବସବାସ କରିଆସୁଛୁ। କିଣିବା ସମୟରେ ଯାଞ୍ଚ କରିଥିଲୁ। ପାଞ୍ଚ ବା ଦଶବର୍ଷ ପରେ ଲିଜଧାରୀ ଉକ୍ତ ଜମିକୁ ହସ୍ତାନ୍ତର କରିପାରିବେ ବୋଲି ପଟ୍ଟାରେ ଉଲ୍ଲେଖ ଥିଲା।
ନିର୍ଦ୍ଧାରିତ ସମୟ ସୀମା ଅତିକ୍ରାନ୍ତ ହେଲା ପରେ ଲିଜଧାରୀମାନେ ଉକ୍ତ ଜମିକୁ ବିକ୍ରି କରିଥିଲେ ଓ ଆମ୍ଭେମାନେ ତଦନୁସାରେ ଖର୍ଦ୍ଦି କରିଥିଲୁ। ଏହି ଖର୍ଦ୍ଦି ବିକ୍ରି ହେବା ଦ୍ୱାରା ସରକାରଙ୍କର ରେଜିଷ୍ଟ୍ରେସନ ଫି ବାବଦରେ ରାଜସ୍ବ ବୃଦ୍ଧି ହେଲା । ଖର୍ଦ୍ଦି ବିକ୍ରି ପରେ ପ୍ରଜାମାନେ ପାଉତି ପ୍ରତିବର୍ଷ କାଟିବାରୁ ସରକାରଙ୍କର ରାଜସ୍ବ ପ୍ରାପ୍ତ ହେଲା । ବହୁ ବର୍ଷ ପରେ ଆମ୍ଭେମାନେ ଭୋଗଦଖଲ କରୁଥିବା ଉକ୍ତ ଜମିକୁ ଅତିରିକ୍ତ ଜିଲ୍ଲାପାଳ ବେଆଇନ ଭାବେ ମୂଳ ଲିଜ୍‌ଧାରୀଙ୍କ ଲିଜ୍‌କୁ ଖାରଜ କଲେ । ସେତେବେଳକୁ ମୂଳ ଲିଜ୍‌ଧାରୀମାନେ ଆର୍ଥିକ ଭାବରେ ଲାଭବାନ୍ ହୋଇ ସାରିଥିଲେ । ଆମ୍ଭେ କ୍ରେତାମାନେ ଏହା ଜାଣିବା ପରେ ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ଦ୍ବାରସ୍ଥ ହେଲୁ । ମାନ୍ୟବର ଉଚ୍ଚନ୍ୟାୟାଳୟ ଅତିରିକ୍ତ ଜିଲ୍ଲାପାଳଙ୍କର ଏହି ନିଷ୍ପତିକୁ ବେଆଇନ୍‌ ଘୋଷଣା କଲେ । ବନ୍ଦୋବସ୍ତ କର୍ତ୍ତୃପକ୍ଷ ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କର ଆଦେଶନାମାକୁ ଅଣଦେଖା କରି ସମସ୍ତ ଲିଜ୍ ଜମିକୁ ୨୦୧୪ ମସିହାରେ ସରକାରୀ ଖାତାକୁ ନେଇଗଲେ । ପୁନଶ୍ଚ ମାନ୍ୟବର ଉଚ୍ଚ ନ୍ୟାୟାଳୟ ମଧ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ଖାରଜ କଲେ । ବନ୍ଦୋବସ୍ତ କର୍ତ୍ତୃପକ୍ଷଙ୍କ ଏହି ବେଆଇନ୍ ନିଷ୍ପତ୍ତି ବିରୁଦ୍ଧରେ ରାଜସ୍ବ କମିଶନର ଏବଂ ଉଚ୍ଚନ୍ୟାୟାଳୟରେ ମାମଲା ଗୁଡିକ ବିଚାରାଧୀନ ଅଛି । ତନ୍ମଧ୍ୟରୁ ମାନ୍ୟବର କମିଶନର ଏହାର ବିଚାର କରି କେତେଜଣଙ୍କୁ ନୂତନ ପଟ୍ଟା ପ୍ରଦାନ କରିବା ପାଇଁ ଆଦେଶ
ଦେଇଛନ୍ତି । ଏହି ଲିଜ୍ ଜମି ସମ୍ବନ୍ଧୀୟ ଏକାଧୁକ ବିଚରାଳୟର ନିଷ୍ପତ୍ତିକୁ ନଜରରେ ରଖି ସରକାର ରାଜସ୍ବ ପରିଷଦ ସଦସ୍ୟଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କଲେ । ଏହି କମିଟି ଦେଇଥିବା ସୂଚନା ବିବରଣୀକୁ ସରକାର ଗୋପନ ରଖି ସର୍ବସାଧାରଣରେ ପ୍ରକାଶ କରୁ ନଥିବାରୁ ଆମ୍ଭେ କ୍ରେତାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛୁ । ଏହି ସମ୍ବେଦନଶୀଳ ଘଟଣାଗୁଡିକୁ ବିଚାରକୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ୫ଟି ସଚିବଙ୍କ ଗୋଚରାର୍ଥେ ଅବଗତ କରାଉଅଛୁ ଯେ ଏହାର ସ୍ଥାୟୀ ସମାଧାନର ପନ୍ଥା ନିର୍ଦ୍ଧାରଣ କଲେ ଆମ୍ଭେମାନେ ଚିରୋପକୃତ ହେବୁ ବୋଲି କହିଥିଲେ। ଏଥିରେ ପରିଷଦର ସଭାପତି ଗଗନ ବିହାରୀ ପଟ୍ଟନାୟକ, ଉପସଭାପତି ଗଙ୍ଗାଧର ଦାସ, ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ଭୂୟାଁ, ସହ ସମ୍ପାଦକ ସୁଦର୍ଶନ ଜେନା, କୋଷାଧ୍ୟକ୍ଷ କୁଳମଣି ମିଶ୍ର ଓ ବରିଷ୍ଠ ସଦସ୍ୟ କୃଷ୍ଣଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Khansweb Solution Bhubaneswar
1 Comment
  1. mitolyn says

    **mitolyn**

    Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.

Leave A Reply

Your email address will not be published.