ବିରୋଧୀ ଦଳର ନେତା କୋର୍ଟରେ ହାଜର
ଭୁବନେଶ୍ୱର : ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଭୁବନେଶ୍ବର ସ୍ବତନ୍ତ୍ର ଏଡିଜେ କୋର୍ଟରେ ଶୁକ୍ରବାର ହଜାର ହୋଇଛନ୍ତି। ଜୟନାରାୟଣଙ୍କ ସହ ଆଉ ୧୨ ଜଣ ମଧ୍ୟ ହାଜର ହୋଇଥିବା ଜଣାପଡ଼ିଛି । ବିଜେପୁର ଦିଲେଶ୍ବର ସାହୁ ହତ୍ୟା ମାମଲାରେ ଜୟନାରାୟଣଙ୍କ ସହ ୧୨ଜଣ ସମ୍ପୃକ୍ତ ଥିବା ନେଇ ଅଭିଯୋଗ ହୋଇଥିଲା। ଜେଏମ୍ଏଫ୍ସି ସୋହେଲା କୋର୍ଟରୁ ମାମଲାଟି ସତ୍ୱନ୍ତ୍ର କୋର୍ଟକୁ ସ୍ଥାନାନ୍ତରିତ ହୋଇଥିବାରୁ ଭାଜପା ନେତା ଜୟନାରାୟଣ ମିଶ୍ର ଏବଂ ଅନ୍ୟ ୧୨ ଜଣ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ବତନ୍ତ୍ର ଏଡିଜେ କୋର୍ଟରେ ହଜାର ହୋଇ ଜାମିନ ପାଇଛନ୍ତି ।
ପୂର୍ବରୁ ଜେଏମ୍ଏଫ୍ସି ସୋହେଲା କୋର୍ଟରୁ ମଧ୍ୟ ସେ ଜାମିନ ପାଇସାରିଛନ୍ତି । ତଳ କୋର୍ଟଙ୍କ ଯାହା ସର୍ତ୍ତ ରହିଥିଲା ସେହି ସର୍ତ୍ତ ସତନ୍ତ୍ର କୋର୍ଟ କାୟମ ରଖିଛନ୍ତି । ଗତ ୨୨ ଫେବୃୟାରୀ ୨୦୧୮ରେ ବିଜେପୁରରେ ଏହି ହତ୍ୟାକାଣ୍ଡ ହୋଇଥିଲା ।

**mitolyn official**
Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.