banner
Breaking

ଆନ୍ଦୋଳନରୁ ଓହରିଲା ଡ୍ରାଇଭର ମହାସଂଘ

0

ଭୁବନେଶ୍ବର : ଆନ୍ଦୋଳନରୁ ଓହରିଲା ଡ୍ରାଇଭର ମହାସଂଘ । ଏ ନେଇ ଡ୍ରାଇଭର ମହାସଂଘ ରାଜ୍ୟ ସଭାପତି ସୂଚନା ଦେଇଛନ୍ତି। ସଭାପତି ପ୍ରଶାନ୍ତ ମୁଦୁଲି ସୂଚନା ଦେଇ କହିଛନ୍ତି, ୩ ମାସ ଯାଏ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ଲିଖିତ ପ୍ରତିଶ୍ରୁତି ମିଳିବା ପରେ ସଂଘ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
ଡ୍ରାଇଭର ସଂଘ ପକ୍ଷରୁ ରାଜ୍ୟରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଚାଲିଥିବା ବେଳେ ଏଥିରୁ ବିରତ ରହିବାକୁ ଡ୍ରାଇଭରମାନଙ୍କୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଶୁକ୍ରବାର ନିବେଦନ କରିଥିଲେ। ଏହା ସହ ପରିବହନ ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ ଡ୍ରାଇଭରଙ୍କୁ ସହଯୋଗ କରିବାକୁ ନିବେଦନ କରିଥିଲେ।
ପୂର୍ବରୁ ଦାବି ସମ୍ପର୍କରେ ବିଚାର କରାଯିବା ପାଇଁ ପ୍ରତିଶ୍ରୁତି ଦିଆଯାଇ ଥିବା ସତ୍ତ୍ବେ ଡ୍ରାଇଭରମାନଙ୍କ ଧର୍ମଘଟ ଆରମ୍ଭ ହୋଇଥିଲା ବୋଲି ମେୁଖ୍ୟ ଶାସନ ସଚିବ କହିଥିଲେ। ଗୁରୁବାର ରାଜ୍ୟ ସରକାରଙ୍କ ପକ୍ଷରୁ ଡ୍ରାଇଭର ମହାସଂଘ ସହିତ ଶାସନ ସଚିବ ଆଲୋଚନା କରିଥିଲେ। ଆଲୋଚନା ସକରାତ୍ମକ ଥିଲା । ହେଲେ ବି ଶୁକ୍ରବାର କିଛି ସ୍ଥାନରେ ଆନ୍ଦୋଳନ ଚାଲିଥିବା ଦେଖିବାକୁ ମିଳିଥିଲା।

Khansweb Solution Bhubaneswar

Leave A Reply

Your email address will not be published.