banner
Breaking

ଓଡ଼ିଶାରେ ପାରିବାରିକ ଆତ୍ମହତ୍ୟା ବଢ଼ିଛି

1

ନୂଆଦିଲ୍ଲୀ : ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ତଥ୍ୟ ଅନୁଯାୟୀ, ଦେଶରେ ୨୦୨୦ ତୁଳନାରେ ୨୦୨୧ରେ ୭.୨ ପ୍ରତିଶତ ଆତ୍ମହତ୍ୟା ମାମଲା ବୃଦ୍ଧି ପାଇଛି। ୨୦୨୧ରେ ମୋଟ ୧ ଲକ୍ଷ ୬୪ ହଜାର ୩୩ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି। ୨୦୨୦ରେ ଏହି ସଂଖ୍ୟା ଥିଲା ୧ ଲକ୍ଷ ୫୩ ହଜାର ୫୨। ପାରିବାରିକ ସମସ୍ୟା, ଅସୁସ୍ଥତା, ବୃତ୍ତିଗତ ସମସ୍ୟା, ଏକଲାପଣ, ହିଂସା, ନିଶା ଆସକ୍ତ ଏବଂ ଆର୍ଥିକ କ୍ଷତି ଆତ୍ମହତ୍ୟାର ମୁଖ୍ୟ କାରଣ ବୋଲି ଏନ୍‌ସିଆର୍‌ବି ୨୦୨୧ ରିପୋର୍ଟରେ ଦର୍ଶାଯାଇଛି। ଅନ୍ୟ କାରଣଗୁଡ଼ିକ ମଧ୍ୟରେ ପ୍ରେମ ବ୍ୟାପାର, ବୈବାହିକ ବିବାଦ, ସାମାଜିକ ମର୍ଯ୍ୟଦା ହାନି, ପରୀକ୍ଷାରେ ବିଫଳତା, ସମ୍ପତ୍ତି ବିବାଦ, ଆତ୍ମୀୟଙ୍କୁ ହରାଇବା, ଅଭାବ ଅନଟନ, ଅଣନିଯୁକ୍ତି ଏବଂ ଅବୈଧ ସମ୍ପର୍କ ଅନ୍ୟତମ। ବୃତ୍ତି ତଥା ପେସାଗତ ସମସ୍ୟା ଜନିତ ଆତ୍ମହତ୍ୟା କ୍ଷେତ୍ରରେ ଦୈନିକ ମଜୁରିଆଙ୍କ ସଂଖ୍ୟା ସର୍ବାଧିକ ୨୫.୬% ଥିବାବେଳେ ୧୨.୩% ଆତ୍ମନିଯୁକ୍ତିଧାରୀ, ୯.୭% ଦରମାଭୋଗୀ, ୦.୯% ଅବସରପ୍ରାପ୍ତ କର୍ମଚାରୀ ରହିଛନ୍ତି। ସେହିପରି କୃଷି କ୍ଷେତ୍ରରେ ନିଯୁକ୍ତ ୬.୬ ପ୍ରତିଶତ ବ୍ୟକ୍ତି ଏବଂ ନିଯୁକ୍ତିରୁ ବଞ୍ଚତ୍ତ ୮.୪ ପ୍ରତିଶତ ବ୍ୟକ୍ତି ଜୀବନ ହାରିବା ଭଳି ଚରମପନ୍ଥାକୁ ବାଛି ନେଇଛନ୍ତି। ଛାତ୍ରୀଛାତ୍ରଙ୍କ ସଂଖ୍ୟା ରହିଛି ୮%।
ଦେଶରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଆତ୍ମହତ୍ୟା ହାର କମ୍ ରହିଥିଲେ ମଧ୍ୟ ପାରିବାରିକ କ୍ଷେତ୍ରରେ ଏହା ଅଧିକ ରହିଛି। ଓଡ଼ିଶାରେ ୫୫୬୧(୩.୪%) ଆତ୍ମହତ୍ୟା ଘଟିଛି, ଯାହାକି ୨୦୨୦ ତୁଳନାରେ ୧୫ ଅଧିକ। ପାରିବାରିକ ସମସ୍ୟାରୁ ଆତ୍ମହତ୍ୟା କ୍ଷେତ୍ରରେ ଓଡ଼ିଶାରେ ସର୍ବାଧିକ ୪୦୩୩(୭୧.୪%)ଟି ଘଟଣା ଘଟିଛି। ଏ କ୍ଷେତ୍ରରେ ଓଡ଼ିଶା ୨୦୨୦ରେ ମଧ୍ୟ ଆଗରେ ରହିଥିଲା। ଉକ୍ତ ବର୍ଷ ମୋଟ ୫୫୪୬ ଆତ୍ମହତ୍ୟା ଘଟଣା ମଧ୍ୟରୁ ୪୫୦୬ଟି ଥିଲା ପାରିବାରିକ ସମସ୍ୟା।

Khansweb Solution Bhubaneswar
1 Comment
  1. mitolyn reviews says

    **mitolyn reviews**

    Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.

Leave A Reply

Your email address will not be published.