banner
Breaking

ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଇବେ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ

0

ଭୁବନେଶ୍ୱର : କ୍ୟାପିଟାଲ୍‌ ଫାଉଣ୍ଡେଶନ ପକ୍ଷରୁ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାଶନାଲ ସେଣ୍ଟର ଅଡିଟୋରିୟମରେ ସେପ୍ଟେମ୍ବର ୪ ତାରିଖ ପୂର୍ବାହ୍ନ ୧୧ଟା ୩୦ ମିନିଟ୍‌ରେ ଓଡ଼ିଶା ତଥା ସାରା ଭାରତର ଜନପ୍ରିୟ ଓ ନମ୍ବର ୧ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଫଳ ଓ ଉଲ୍ଲେଖନୀୟ ନେତୃତ୍ଵ ପାଇଁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯିବ। ସୁପ୍ରିମ କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଏନ୍‌.ଭି. ରମନ୍ନା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନିତ କରିବେ।
ନବୀନଙ୍କ ନେତୃତ୍ୱରେ ଓଡ଼ିଶାର ରୂପାନ୍ତରଣ ଯାତ୍ରା ଜାରି ରହିଛି। ଗତ ଦୁଇ ଦଶନ୍ଧିରେ ଓଡ଼ିଶା ସବୁକ୍ଷେତ୍ରରେ ଦ୍ରୁତ ବିକାଶ କରିଛି। ନବୀନଙ୍କ ସରଳତା, ଦରଦୀ ହୃଦୟ, ନିର୍ମଳ ଭାବମୂର୍ତ୍ତି ଲୋକଙ୍କ ହୃଦୟ ଜିତିପାରିଛି। ୧୯୮୭ରେ ପ୍ରତିଷ୍ଠିତ କ୍ୟାପିଟାଲ ଫାଉଣ୍ଡେଶନରେ ସାଂସଦ, ସାମାଜିକ କର୍ମୀ, ବିଚାରପତି, ରାଜଦୂତ, ସାମ୍ବାଦିକ, ସ୍କଲାର ଓ ପ୍ରଫେସନାଲମାନେ ମିଳିତ ଭାବେ ନିଜର ଭାବ ବିନିମୟ କରିଥାଆନ୍ତି। ପୂର୍ବରୁ କ୍ୟାପିଟାଲ ଫାଉଣ୍ଡେଶନ ଦ୍ୱାରା ପୂର୍ବତନ ପ୍ରଧାନମନ୍ତ୍ରୀ ଆଇ.କେ. ଗୁଜରାଲ, ବରିଷ୍ଠ ଆଡ୍‌ଭୋକେଟ ରାମ ଜେଠାମାଲାନୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁରଲୀ ମନୋହର ଯୋଶୀ, ପୂର୍ବତନ ଲୋକ ସଭା ବାଚସ୍ପତି ସୋମନାଥ ଚାଟାର୍ଜୀ, ସୁପ୍ରିମ୍‌କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଏନ୍‌.ଭି. ରମନ୍ନା ପ୍ରମୁଖ ପୁରସ୍କୃତ ହୋଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.