banner
Breaking

କରୋନା ପଞ୍ଝାରେ ୩୦ ଜିଲ୍ଲା। ୮ଟି ଜିଲ୍ଲାରେ ୧୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ।

0

ଭୁବନେଶ୍ବର,୪।୬(ଓଡ଼ିଆ ନ୍ୟୁଜ) : ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲା ଏବେ କରୋନା ପଞ୍ଝାରେ କବଳିତ ହୋଇଛି। ବୁଧବାର ରାୟଗଡ଼ା ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ରାଜ୍ୟର ସମସ୍ତ ଜିଲ୍ଲାରେ କରୋନାର ପ୍ରଭାବ ଦେଖିବାକୁ ମିଳିଛି।​​‌ ଗଞ୍ଜାମରେ ସର୍ବାଧିକ ୪୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଆଉ ୧୪୩ କରୋନା ପଜିଟିଭ ଚିହ୍ନଟ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୩୮୮କୁ ବୃଦ୍ଧି ପାଇଛି। ସେହିପରି ୯୧ ଜଣ ସୁସ୍ଥ ହେବାପରେ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧,୪୧୬କୁ ବୃଦ୍ଧି ପାଇଛି। ୯୬୩ଟି ସକ୍ରିୟ ମାମଲା ଥିବାବେଳେ ମୃତ୍ୟୁ ସଂଖ୍ୟା ୭ରେ ସିମୀତ ରହିଛି। ତେବେ ଖୁସିର ବିଷୟ ଏହା ଯେ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା, ଆରୋଗ୍ୟଙ୍କ ସଂଖ୍ୟାଠାରୁ କମ୍ ରହିଛି। ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା​​‌ ୫୦୦ର ନିକଟତର ହୋଇଥିବା ବେଳେ ଯାଜପୁରରେ ୨୯୦, ବାଲେଶ୍ବରରେ ୧୭୮, ଖୋର୍ଦ୍ଧାରେ ୧୭୦, କେନ୍ଦ୍ରାପଡାରେ ୧୬୧, କଟକରେ ୧୨୬, ଭଦ୍ରକରେ ୧୨୩ ଓ ବଲାଙ୍ଗୀରରେ ୧୦୨ଜଣ କରାନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୮ଟି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶତାଧିକ ହୋଇଥିବା ବେଳେ ପୁରୀ ଶହେର ନିକଟତର ହୋଇଛି।

ବୁଧବାର ଚିହ୍ନଟ  ହୋଇଥିବା ୧୪୩ କରୋନା ପଜିଟିଭ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୪୧ ଜଣ, ବାଲେଶ୍ୱରରୁ ୨୪,ସୁବର୍ଣ୍ଣପୁରରୁ ୧୭, ବଲାଙ୍ଗିରରୁ ୧୩, କେନ୍ଦ୍ରାପଡ଼ାରୁ ୯, ନୂଆପଡ଼ା ଓ ମୟୂରଭଞ୍ଜରୁ ୮ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଗଜପତି ଓ ସୁନ୍ଦରଗଡ଼ରୁ ୪ ଜଣ ଲେଖାଏଁ, ଖୋର୍ଦ୍ଧା, ଅନୁଗୁଳ, ସମ୍ବଲପୁର ଓ ଭଦ୍ରକରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ରାୟଗଡ଼ା, ଦେବଗଡ଼, କଳାହାଣ୍ଡିରୁ ଜଣେ ଲେଖାଏଁ କରୋନା ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି।

ତେବେ ବୁଧବାର ମଧ୍ୟ ୯୧ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଦେବଗଡ଼ରୁ୨୨, ପୁରୀରୁ୧୬, ନୟାଗଡ଼ରୁ୧୫, ବଲାଙ୍ଗୀରରୁ ୯ ଜଣ ଆରୋଗ୍ୟ ଲାଭ କରିଛନ୍ତି।  ସେହିପରି ଅନୁଗୁଳ ଓ ବାଲେଶ୍ବର ଜିଲାରୁ ୫ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ଭଦ୍ରକ ଓ ସୁନ୍ଦରଗଡ଼ ଜଲାରୁ ୩ ଜଣ ଲେଖାଏଁ କଟକ, ଗଞ୍ଜାମ, ଖୋର୍ଦ୍ଧା, କଳାହାଣ୍ଡି, ଓ ବରଗଡ଼ ଜିଲାରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ଢେଙ୍କାନାଳ, ଗଜପତି ଓ ଯାଜପୁର ଜିଲାରୁ ଜଣେ ଲେଖାଏଁ ଆରୋଗ୍ୟ ଲାଭ କରିଥିବା ଜଣାପଡିଛି।

Khansweb Solution Bhubaneswar

Leave A Reply

Your email address will not be published.