banner
Breaking

ରାଜ୍ୟରେ ପୁଣି ୯୦ ପଜିଟିଭ୍ ଚିହ୍ନଟ। ଆକ୍ରାନ୍ତଙ୍କ ସ°ଖ୍ୟା ୨୪୭୮ କୁ ବୃଦ୍ଧି।

0

ଭୁବନେଶ୍ୱର,୪।୬-(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୯୦ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪୭୮କୁ ବୃଦ୍ଧି ପାଇଛି। ଏହି ୯୦ଙ୍କ ମଧ୍ୟରୁ ୭୯ ଜଣ ବିଭିନ୍ନ ସଂଗରୋଧରେ ଥିବା ବେଳେ ୧୧ଜଣ ସ୍ଥାନୀୟ ଲୋକ ଅଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୫୩ ଜଣ ଚିକିତ୍ସିତ ହେଉଥିବା ବେଳେ ୧୪୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୭ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ କାରଣରୁ ଦୁଇଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୫ଜଣ, ଗଞ୍ଜାମରୁ ୨୨, ବାଲେଶ୍ୱର ୧, ଅନୁଗୁଳରୁ ଜଣେ, ଭଦ୍ରକରୁ ୯, ବରଗଡ଼ରୁ ଜଣେ, କଟକରୁ ୫, ଢେଙ୍କାନାଳରୁ ୧୦, କଳାହାଣ୍ଡିରୁ ଜଣେ, ନୟାଗଡରୁ ୭, ପୁରୀରୁ ୨, ସୁବର୍ଣ୍ଣପୁରରୁ ଜଣେ ଓ ସୁନ୍ଦରଗଡ଼ରୁ ୫ଜଣ ଆକ୍ରାନ୍ତ ଅଛନ୍ତି ।
ଏହାକୁ ମିଶାଇ ଜିଲ୍ଲା ଅନୁସାରେ ଖୋର୍ଦ୍ଧାରେ ୧୯୫, ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୫୨୧ରେ ପହଁଚିଥିବା ବେଳେ ଯାଜପୁରରେ ସଂଖ୍ୟା ୨୯୦ କୁ ବୃଦ୍ଧି ପାଇଛି । ସେହିପରି ବାଲେଶ୍ୱର ୧୭୯, ଭଦ୍ରକ ୧୩୨, ବଲାଙ୍ଗୀର ୧୦୨, ବରଗଡ଼ ୧୨, କଟକ ୧୩୧, ପୁରୀ ୯୮, ନୟାଗଡ଼ ୭୬, ଜଗତସିଂହପୁର ୮୬, କେନ୍ଦ୍ରାପଡ଼ା ୧୬୧, ସୁନ୍ଦରଗଡ ୭୪, ବୌଦ୍ଧ ୩୪, ଅନୁଗୁଳ ୨୭, ଦେବଗଡ଼ ୩୩, କେନ୍ଦୁଝର ୩୦, ମାଲକାନଗିରି ୨୧, ମୟୁରଭଞ୍ଜ ୩୫, କଳାହାଣ୍ଡି ୨୨, ନୂଆପଡ଼ା ୬୦, କନ୍ଧମାଳ୨୨, ଗଜପତି ୪୪କୁ ବୃଦ୍ଧି ପାଇଛି ।
ଆକ୍ରାନ୍ତଙ୍କ ମଧ୍ୟରେ ୧୫ରୁ ୪୦ ବର୍ଷ ବୟସ୍କ ଯୁବକ ସର୍ବାଧିକ ଆକ୍ରାନ୍ତ ହୋଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.