banner
Breaking

ନାବାର୍ଡର ଜିଲ୍ଲାସ୍ତରୀୟ ମେଗା ଋଣ ମେଳା ୨୯.୬୪ କୋଟି ଟଙ୍କାର ଋଣ ମଞ୍ଜୁର

5

ଭୁବନେଶ୍ଵର: ନାବାର୍ଡ କଟକ ପକ୍ଷରୁ ତ୍ରିଶୂଳିଆ ବଜାର ସ୍ଥିତ ଏକ ମଣ୍ଡପରେ ଜିଲ୍ଲାସ୍ତରୀୟ ମେଗା ଋଣ ମେଳା ଓ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ନାବାର୍ଡ କଟକ ଜିଲ୍ଲା ଡିଜିଏମ୍ ପ୍ରକସୀମା ପରିଡ଼ାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଟକ ସାଂସଦ ଭର୍ତ୍ତୁହରି ମହତାବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନାବାର୍ଡର ଏହି କାର୍ଯ୍ୟକ୍ରମକୁ ସେ ପ୍ରଶଂସା କରିବା ସହିତ ହିତାଧିକାରୀମାନଙ୍କୁ ୨୯.୬୪ କୋଟି ଟଙ୍କାର ଋଣ ମଞ୍ଜୁରୀ ପତ୍ର ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମରେ ନାବାର୍ଡ ଭୁବନେଶ୍ୱର କାର୍ଯ୍ୟାଳୟର ମୁଖ୍ୟ ମହାପ୍ରବନ୍ଧକ ଡ. ସୁଧାଂଶୁ ମିଶ୍ର ଯୋଗ ଦେଇ ମହିଳାମାନଙ୍କ ବିକାଶ ହେଲେ ଗ୍ରାମାଞ୍ଚଳର ପ୍ରକୃତ ବିକାଶ ସମ୍ଭବ ହେବ ବୋଲି କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ନାବାର୍ଡ ସିଜିଏମ୍ ଏସ୍ କେ ତାଲୁକଦାର, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଚେୟାରମେନ ରିଷି ସିଂ, କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ପାଦକ ଅନନ୍ତ କୁମାର ସାମଲ ଓ ନାବାର୍ଡ ଏଜିଏମ୍ ଅନାମିକା ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ କଟକ ଜିଲ୍ଲାର ବିଭିନ୍ନ ବ୍ଲକର ସ୍ଵୟଂ ସହାୟକ ଗୋଷ୍ଠୀ, କିଷାନ କ୍ରେଡିଟ କାର୍ଡଧାରୀ କୃଷକ ଏବଂ ବିଭିନ୍ନ ଋଣ ହିତାଧିକାରୀମାନେ ଯୋଗ ଦେଇ ଋଣ ମଞ୍ଜୁରି ପତ୍ର ଗ୍ରହଣ କରିଥିଲେ। ଓଜିବି ପକ୍ଷରୁ ୨୬.୭୭ କୋଟି, କଟକ ସିସିବି ପକ୍ଷରୁ ୨.୫୨ କୋଟି ଓ ବାଙ୍କି ସିସି ତରଫରୁ ୦.୩୫ କୋଟି ଟଙ୍କା ଋଣ ମଞ୍ଜୁର କରାଯାଇଥିଲା। ପ୍ରାରମ୍ଭରେ ସିଏଫ୍ଏଲ୍ ବାରଙ୍ଗ କଣ୍ଟାପଡ଼ା ପକ୍ଷରୁ ମା’ ମାନଙ୍କ ମଧ୍ୟରେ ଆର୍ଥିକ ଅନ୍ତର୍ଭୁକ୍ତ ସମ୍ପର୍କରେ ଏକ ସଚେତନତା କର୍ମଶାଳା ହୋଇଥିଲା।
କାର୍ଯ୍ୟକ୍ରମକୁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା ପରିଚାଳକ, ପରିଚାଳିକା, କେନ୍ଦ୍ର ସମବାୟ ବ୍ୟାଙ୍କ୍ ଶାଖା ଅଧିକାରୀ, ନିଗମ ସଂଗଠନର ସମ୍ପାଦକ ସୁରେଶ କୁମାର ତ୍ରିପାଠୀ ଓ ଅନ୍ୟ ପଦାଧିକାରୀମାନେ ପରିଚାଳନା କରିଥିଲେ। ନାବାର୍ଡ ସିଜିଏମ୍ ସମୀର ରଞ୍ଜନ ସାମନ୍ତରାୟ ଧନ୍ୟବାଦ ଦେଇଥିଲେ।

Khansweb Solution Bhubaneswar
5 Comments
  1. 1winconnexion says

    Getting connected to 1win can be a bit tricky sometimes. Used 1winconnexion and it worked a treat. Straight to the action, no messing about. Good stuff!

  2. 199winbet says

    Hey everyone, been trying my luck at 199winbet.info lately. It’s got a decent selection of games, nothing mind-blowing, but solid. The interface is pretty intuitive too. Definitely worth a look for a quick flutter. Check it out: 199winbet

  3. 74betlogin says

    Heard 74betlogin is pretty decent for quick bets, guess I’ll give 74betlogin a shot!

  4. sv288 link says

    Anyone got a reliable sv288 link? This one I found seems legit.

  5. u888u888cool says

    U888U888COOL on .com, huh? Had some fun times there. Fair play and a smooth interface. Worth a peek. u888u888cool

Leave A Reply

Your email address will not be published.