banner
Breaking

ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

1

ଥିରୁଭାନନ୍ତପୁରମ୍‌ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ କେରଳ ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଥିରୁଭାନନ୍ତପୁରମ୍‌ କେନ୍ଦ୍ରୀୟ ରେଳ ଷ୍ଟେଶନରେ ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହା ହେଉଛି ରାଜ୍ୟର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ। ମଙ୍ଗଳବାର କେରଳର ରାଜଧାନୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ତେବେ ବନ୍ଦେ ଭାରତ ଏକ୍ସପ୍ରେସକୁ କରିବା ପରେ ଅନ୍ୟାନ୍ୟ ପ୍ରକଳ୍ପର ମୂଳଦୁଆ ପକାଇବେ ବୋଲି ଜଣାପଡିଛି। ବନ୍ଦେ ଭାରତ ଏକ୍ସପ୍ରେସ ରାଜ୍ୟର ରାଜଧାନୀରୁ କେରଳର ଉତ୍ତର କାସାରାଗୋଡ ଜିଲା ସହିତ ସଂଯୋଗ କରିବ।

ଏହାପୂର୍ବରୁ ସୋମବାର ପ୍ରଧାନମନ୍ତ୍ରୀ କେରଳର ପାରମ୍ପାରିକ ପୋଷାକ ପିନ୍ଧି କୋଚରେ ପଦଯାତ୍ରା କରି ଏକ ମେଗା ରୋଡ ଶୋ’ କରିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଏକ ବିରାଟ ଜନସମାଗମ ହୋଇଥିଲା। ରୋଡ ଶୋ’ ପରେ ପ୍ରଧାନମନ୍ତ୍ରୀ ସେକ୍ରେଡ ହାର୍ଟ କଲେଜର ଯୁବ ୨୦୨୩ କାର୍ଯ୍ୟକ୍ରମରେ ଯୁବକମାନଙ୍କୁ ସମ୍ବୋଧିତ କରିଥିଲେ।

Khansweb Solution Bhubaneswar
1 Comment
  1. mitolyn reviews says

    **mitolyn reviews**

    Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.

Leave A Reply

Your email address will not be published.