ଭୁବନେଶ୍ୱର : ଆଜି ‘ମୋ ବସ୍’ର ବାର୍ଷିକ ଉତ୍ସବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ବସ୍ରେ ରାଜଧାନୀ ଭୁବନେଶ୍ୱରରେ ଥିବା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଜୟଦେବ ଭବନ ଅଭିମୁଖେ ଯାତ୍ରା କରିଛନ୍ତି। ବସ୍ ଭିତରେ ନବୀନ ଜଣେ ସାଧାରଣ ଯାତ୍ରୀଙ୍କ ଭଳି ଟିକଟ କାଟି ଯାତ୍ରା କରିଥିବା ଜଣାପଡିଛି।
ଏ ଅବସରରେ ନବୀନ କହିଛନ୍ତି, ମୁଁ ବହୁତ ଖୁସି ଯେ “ମୋ ବସ୍” ସେବା ଆଜି ଏକ ବର୍ଷ ପୂରଣ କରିଛି। ଲୋକଙ୍କ ଭରସା ହାସଲ କରିବା ସହ ଗୋଟିଏ ଦିନରେ ଏକ ଲକ୍ଷ ଲୋକଙ୍କୁ ସେବା ଯୋଗାଇବାରେ ସକ୍ଷମ ହୋଇପାରିଛି। ଏ ସଫଳତା ପାଇଁ ନବୀନ ଲୋକମାନଙ୍କୁ ବହୁତ ବହୁତ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ସହରର କ୍ଷେତ୍ରଫଳ, ଜନସଂଖ୍ୟା ବଢିବାସହିତ ଟ୍ରାଫିକ ସମସ୍ୟା ଓ ପ୍ରଦୂଷଣ ମଧ୍ୟ ବୃଦ୍ଧି ପାଉଛି। ଅନ୍ୟାନ୍ୟ ଦେଶ ତୁଳନାରେ ଆମେ ଭଲ ସ୍ଥିତିରେ ରହିଛେ। ମାତ୍ର ଆମକୁ ବର୍ତ୍ତମାନ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ। ତେଣୁ ପରିବହନ ବ୍ୟବସ୍ଥାକୁ ମଜଭୁତ୍ କରିବାକୁ ପଡ଼ିବ। ସୁରକ୍ଷା ଯାତ୍ରା ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ। ମୋ ବସକୁ ଆମେ ଏକ ମଡେଲ ଟ୍ରାନ୍ସପୋର୍ଟ ସର୍ଭିସ ଭାବରେ ଗଢିପାରିଛୁ। ଆପଣମାନଙ୍କ ପାଇଁ ଏହା ହୋଇ ପାରିଛି। ମୋର ବିଶ୍ବାସ ଅଛି ଯେ, ଆମେ ଅନ୍ୟ ମେଟ୍ରା ସିଟି ତୁଳନାରେ ଭଲ ସେବା ଯୋଗାଇ ପାରିବା ।
Breaking
ଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍
