ଭୁବନେଶ୍ୱର : ଆଜି ‘ମୋ ବସ୍’ର ବାର୍ଷିକ ଉତ୍ସବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ବସ୍ରେ ରାଜଧାନୀ ଭୁବନେଶ୍ୱରରେ ଥିବା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଜୟଦେବ ଭବନ ଅଭିମୁଖେ ଯାତ୍ରା କରିଛନ୍ତି। ବସ୍ ଭିତରେ ନବୀନ ଜଣେ ସାଧାରଣ ଯାତ୍ରୀଙ୍କ ଭଳି ଟିକଟ କାଟି ଯାତ୍ରା କରିଥିବା ଜଣାପଡିଛି।
ଏ ଅବସରରେ ନବୀନ କହିଛନ୍ତି, ମୁଁ ବହୁତ ଖୁସି ଯେ “ମୋ ବସ୍” ସେବା ଆଜି ଏକ ବର୍ଷ ପୂରଣ କରିଛି। ଲୋକଙ୍କ ଭରସା ହାସଲ କରିବା ସହ ଗୋଟିଏ ଦିନରେ ଏକ ଲକ୍ଷ ଲୋକଙ୍କୁ ସେବା ଯୋଗାଇବାରେ ସକ୍ଷମ ହୋଇପାରିଛି। ଏ ସଫଳତା ପାଇଁ ନବୀନ ଲୋକମାନଙ୍କୁ ବହୁତ ବହୁତ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ସହରର କ୍ଷେତ୍ରଫଳ, ଜନସଂଖ୍ୟା ବଢିବାସହିତ ଟ୍ରାଫିକ ସମସ୍ୟା ଓ ପ୍ରଦୂଷଣ ମଧ୍ୟ ବୃଦ୍ଧି ପାଉଛି। ଅନ୍ୟାନ୍ୟ ଦେଶ ତୁଳନାରେ ଆମେ ଭଲ ସ୍ଥିତିରେ ରହିଛେ। ମାତ୍ର ଆମକୁ ବର୍ତ୍ତମାନ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ। ତେଣୁ ପରିବହନ ବ୍ୟବସ୍ଥାକୁ ମଜଭୁତ୍ କରିବାକୁ ପଡ଼ିବ। ସୁରକ୍ଷା ଯାତ୍ରା ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ। ମୋ ବସକୁ ଆମେ ଏକ ମଡେଲ ଟ୍ରାନ୍ସପୋର୍ଟ ସର୍ଭିସ ଭାବରେ ଗଢିପାରିଛୁ। ଆପଣମାନଙ୍କ ପାଇଁ ଏହା ହୋଇ ପାରିଛି। ମୋର ବିଶ୍ବାସ ଅଛି ଯେ, ଆମେ ଅନ୍ୟ ମେଟ୍ରା ସିଟି ତୁଳନାରେ ଭଲ ସେବା ଯୋଗାଇ ପାରିବା ।
Breaking
ଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକଭୁବନେଶ୍ୱର ଉତ୍ତର ପୂଜା ଭସାଣୀ ସମିତି ପ୍ରସ୍ତୁତି ବୈଠକ୧୨ ନଂ ୱାର୍ଡରେ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା କର୍ପୋରେଟର ଜୟନ୍ତୀ ସାହୁଙ୍କ ନିଆରା ଢଙ୍ଗରେ ପୁଜାଭେଟିଭୁବନେଶ୍ୱରରେ ହେବ ବଡ଼ ଡାଣ୍ଡିଆ ଉତ୍ସବ — ଜଶ୍ନେ ଡାଣ୍ଡିଆ
