banner
Breaking

ତିନୋଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ।

0

ଭୁବନେଶ୍ୱର,୭।୧୧(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ‘ବୁଲବୁଲ୍‌’ର ପ୍ରଭାବକୁ ଦୃଷ୍ଟିରେ ରଖି ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲାର ସ୍କୁଲଗୁଡ଼ିକୁ ୨ ଦିନ ଲାଗି ଛୁଟି ଘୋଷଣା କରାଯାଇଛି। ଉଭୟ ଜିଲାର ଜିଲାପାଳ ଗୁରୁବାର ଏହି ଘୋଷଣା କରିଛନ୍ତି।

ପ୍ରକାଶଯୋଗ୍ୟ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହେବା ପରେ ଏହାର ଆଂଶିକ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି। ଏଥିଯୋଗୁ ୮ ତାରିଖ ସକାଳରୁ ବର୍ଷା ଆରମ୍ଭ ହେବା ପରେ ୯/୧୦ରେ ପବନ ବହିବାର ସମ୍ଭାବନା ରହିଛି। କଟକ, ପୁରୀ, ଜଗତସିଂହପୁରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

Khansweb Solution Bhubaneswar

Leave A Reply

Your email address will not be published.